ଭୁବନେଶ୍ବର: ସଂଘର୍ଷ ନଥିଲେ ସଫଳତାର ଅନୁଭବ ସ୍ବତନ୍ତ୍ର ହୁଏନି । ସେଥିପାଇଁ ବୋଧହୁଏ ଭାରତ ଭଳି ସୀମିତ କ୍ରୀଡା ଭିତ୍ତିଭୂମିର ଦେଶରେ ପ୍ରତ୍ୟେକ କ୍ରୀଡାବିତ୍ଙ୍କର ଥାଏ ଏକ ସଂଘର୍ଷମୟ ଓ ଆହ୍ବାନପୂର୍ଣ୍ଣ କାହାଣୀ । ସଫଳତାର ରାସ୍ତା କଣ୍ଟକିତ ସହ ଅନେକ ବାଧାବିଘ୍ନ ଓ ପରୀକ୍ଷାପୂର୍ଣ୍ଣ ହୋଇଥାଏ । ତେବେ ଏସବୁ ମଣିଷକୁ ନିଜର ଲକ୍ଷ୍ୟ ଉପରେ ଧ୍ୟାନକେନ୍ଦ୍ରୀତ କରିବାକୁ ଉର୍ଜା ଯୋଗାଇଥାଏ । ଓଡିଶା ଟ୍ରାଇଆଥଲେଟ୍ ପ୍ରଣବ ଦାସ ଏମିତି ଜଣେ ଉତ୍ସାହୀ ଓ ପରିଶ୍ରମୀ କ୍ରୀଡ଼ାବିତ୍ ଯିଏ ଖେଳକୁ ଭଲପାଆନ୍ତି ।
ପ୍ରଣବଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟ ତାଙ୍କୁ କମନୱେଲ୍ଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ଜାତୀୟ କ୍ୟାମ୍ପ୍ର ଟିକେଟ ଭେଟିଦେଇଛି । ଯାହାକି ଜଣେ ଓଡିଶା ଶ୍ରେଣୀର ଖେଳାଳିଙ୍କ ପାଇଁ ଏକ ବିରଳ ସଫଳତା ।
ଟ୍ରାଇଥଲନ ଟେଷ୍ଟରେ ଜଣେ ଆଥଲେଟ୍ଙ୍କୁ ତିନୋଟି ଭିନ୍ନ ପ୍ରତିଯୋଗିତାରେ ସଫଳତ ହେବାକୁ ପଡିଥାଏ- ୧.୫ କିଲୋମିଟର ସୁଇମିଂ(ସନ୍ତରଣ), ୪୦ କିଲୋମିଟର ସାଇକେଲିଂ(ସାଇକେଲ ଚାଳନା) ଓ ୧୦ କିଲୋମିଟର ରନିଂ(ଦୌଡ) ।
ଯାଜପୁର ଜିଲ୍ଲାର ପୁଅ ପ୍ରଣବ, ଗତ ମାସରେ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଚମ୍ପିଆନସିପ୍ରେ ସ୍ବର୍ଣ୍ଣ ପଦକ ଜିତିବାପରେ ଭାରତୀୟ କ୍ୟାମ୍ପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
୨୦ ବର୍ଷୀୟ ପ୍ରଣବ ଦେଶର ୮୪ ଜଣ ଆଥଲେଟ୍ଙ୍କ ସହିତ ପ୍ରତିଦ୍ବନ୍ଦ୍ବୀତା କରିଥିଲେ । ଜାତୀୟ ଚମ୍ପିଆନସିପ୍ରେ ଏକଦିବସୀୟ ଇଭେଣ୍ଟକୁ ୨ ଘଣ୍ଟା, ୩୦ ମିନିଟ ଓ ୫୫ ସେକେଣ୍ଡରେ ଶେଷ କରିଥିଲେ । ସେ 2 ଘଣ୍ଟା 10 ମିନିଟର ଜାତୀୟ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସଫଳତା ହାସଲ କରିବାକୁ ସେ ବର୍ତ୍ତମାନ ପୁନେର ମିନି ଅରେଞ୍ଜ ଏକାଡେମୀରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।
ନିଜର କଠିନ ଯାତ୍ରା ନେଇ ପ୍ରଣବ କହିଛନ୍ତି, ଦୀର୍ଘ ଦୂରତା ଦୌଡ ଇଭେଣ୍ଟରେ ଭାଗନେବାକୁ ଭଲପା'ନ୍ତି । ଯେ କୌଣସି ସ୍ଥାନକୁ ଯିବାକୁ ପଡୁଥିଲା ସାଇକେଲର ସାହାରା ନେଉଥିଲେ ମଧ୍ୟ ପେଷାଦାର ଭାବରେ ନୁହେଁ ମାତ୍ର କେବେ ପହଁରିବାକୁ ଚେଷ୍ଟା କରିନଥିଲେ ।