ଓଡିଶା

odisha

ETV Bharat / sports

31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଓଡିଆ, ଇତିହାସ ରଚିବା ଅପେକ୍ଷାରେ ରାହୁଲ - ଭାରତୀୟ ଭଲିବଲ ଦଳରେ ରାହଲୁ ବାରିକ

ତାଇପେଇରେ ଜୁଲାଇ 8ରୁ 15 ତାରିଖ ଯାଏ ଚତୁର୍ଥ ଏଭିସି ପୁରୁଷ ଚ୍ୟାଲେଞ୍ଜର କପ ଭଲିବଲ ଚମ୍ପିଆନସିପ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଫୁଟବଲ ଦଳରେ ଜଣେ ଓଡିଆ ଖେଳାଳି ରାହଲୁ ବାରିକ ସ୍ଥାନ ପାଇଛନ୍ତି । ଅଧିକ ପଢ଼ନ୍ତୁ

ଭାରତୀୟ ଭଲିବଲ ଦଳରେ ଓଡିଆ
31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଓଡିଆ

By

Published : Jul 6, 2023, 2:03 PM IST

ଭୁବନେଶ୍ବର:କ୍ରୀଡା ହବ୍‌ ହେବାକୁ ଯାଉଛି ଓଡ଼ିଶା । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ସଫଳତାରେ ନାଁ କରୁଛି ଓଡ଼ିଶା । ଏବେ ଭଲିଭଲ ଖେଳରେ ଓଡିଶାକୁ ସ୍ବତନ୍ତ୍ର ପରିଚୟ ମିଳିବାକୁ ଯାଉଛି । କାରଣ ଦୀର୍ଘ 31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଖେଳାଳି । ଜଗତସିଂହପୁରର ତାରକା ଭଲିବଲ ଖେଳାଳି ରାହୁଲ ବାରିକ ଭାରତୀୟ ସିନିୟର ଭଲିବଲ ଦଳରେ ଆଟାକିଂ ଷ୍ଟ୍ରାଇକର ଭାବେ ସ୍ଥାନ ପାଇଛନ୍ତି ।

ଆସନ୍ତା ଜୁଲାଇ 8ରୁ 15 ତାରିଖ ଯାଏ ଚତୁର୍ଥ ଏଭିସି ପୁରୁଷ ଚ୍ୟାଲେଞ୍ଜର କପ ଭଲିବଲ ଚମ୍ପିଆନସିପ ଆରମ୍ଭ ହେବ । ଏନେଇ 14 ଜଣିଆ ଭାରତୀୟ ଫୁଟବଲ ଦଳରେ ଜଣେ ଓଡିଆ ଖେଳାଳି ରାହଲୁ ବାରିକ ସ୍ଥାନ ପାଇଛନ୍ତି । ଭୁବନେଶ୍ବରରୁ ତାଇପେଇ ଯାତ୍ରା କରିଛି ଭାରତୀୟ ଦଳ । ସେଥିରେ ଓଡିଶାରୁ ଏକମାତ୍ର ଖେଳାଳି ଭାବେ ରାହୁଲ ବାରିକ ସାମିଲ ହୋଇଛନ୍ତି । ଭାରତୀୟ ଦଳର ଚୟନ ଏବଂ ପ୍ରସ୍ତୁତି ଶିବିର କିଟ୍‌ରେ ଆୟୋଜିତ ହୋଇଥିଲା । 33ଜଣ ଖେଳାଳିଙ୍କୁ ନେଇ ଶିବିର ଚାଲିଥିଲା । ପ୍ରିନ୍ସ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏକମାତ୍ର ଓଡିଆ ଖେଳାଳି ଭାବେ ଭାରତୀୟ ଭଲିବଲ ଦଳରେ ସ୍ଥାନ ପାଇଥିବାରୁ ରାହୁଲଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ରାହୁଲଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । 5 ନମ୍ବର ଜର୍ସି ପିନ୍ଧିଥିବା ଏହି ତାରକାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

ଏହା ବି ପଢନ୍ତୁ...ରାଜ୍ୟସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ କବିତାଙ୍କ ସ୍ବର୍ଣ୍ଣିମ ସଫଳତା, ଛୁଟିଲା ଶୁଭେଚ୍ଛା ସୁଅ

ରାହୁଲଙ୍କ ସମ୍ପର୍କରେ:ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଗରାମ ଗାଁର ପୁଅ ରାହୁଲ ବାରିକ । ପିଲାବେଳୁ ଭଲିବଲ ଖେଳ ପ୍ରତି ଆକର୍ଷିତ ହୋଇଥିଲେ ରାହୁଲ । ଦିନକୁ ଦିନ ରାହୁଲଙ୍କ ପ୍ରତିଭା ଚମକିଥିଲା । 2ବର୍ଷ ରାହୁଲ ଜୁନିଅର ଟିମ୍‌ରେ ଖେଳିଥିଲେ । 2019ରେ 21 ବର୍ଷରୁ କମ୍‌ ଓଡ଼ିଶା ଭଲିବଲ ଦଳରେ ସାମିଲ ହୋଇଥିଲା । 2020ରେ ଓଡିଶା ସିନିଅର ଟିମରେ ସ୍ଥାନ ପାଇଥିଲେ । ରାହୁଲଙ୍କ ପ୍ରଦର୍ଶନ ଦିନକୁ ଦିନ ଉନ୍ନତ ହୋଇଥିଲା ଯାହା ତାଙ୍କୁ ଭାରତୀୟ ଭଲିବଲ ଦଳରେ ସାମିଲ କରିବାକୁ ସୁଯୋଗ ଦେଇଥିଲା । 2 ବର୍ଷ ରାହୁଲ ଜୁନିୟର ଟିମରେ ଖେଳିଥିଲେ। 2019ରେ 21 ବର୍ଷରୁ କମ ଓଡିଶା ଭଲିବଲ ଦଳରେ ସାମିଲ ହୋଇଥିଲା । 2020ରେ ଓଡିଶା ସିନିୟର ଟିମରେ ସ୍ଥାନ ପାଇଥିଲେ । ରାହୁଲଙ୍କ ପ୍ରଦର୍ଶନ ଦିନକୁ ଦିନ ଉନ୍ନତ ହୋଇଥିଲା ଯାହା ତାଙ୍କୁ ଭାରତୀୟ ଭଲିବଲ ଦଳରେ ସାମିଲ କରିବାକୁ ସୁଯୋଗ ଦେଇଥିଲା ।

ଏହା ବି ପଢନ୍ତୁ...BCCI ଚୟନ କମିଟି ଅଧ୍ୟକ୍ଷ ଅଗରକରଙ୍କ ରେକର୍ଡ, ଯାହା ସଚିନ କରିନଥିଲେ ତାହା ସେ କରିଥିଲେ

31 ବର୍ଷ ପରେ ଭଲିବଲ ଦଳରେ ଓଡିଆ:31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଜଣା ଓଡିଆ ଖେଳାଳି ସାମିଲ ହୋଇଛନ୍ତି । ଏହା ପୂର୍ବରୁ 1992 ମସିହାରେ ଓଡିଆ ଖେଳାଳି ମହମ୍ମଦ ମସିଉଜ ଜମା ଭାରତୀୟ ସିନିୟର ଦଳରେ ସାମିଲ ହୋଇଥିଲେ । ଦ୍ବିତୀୟ ଓଡିଶା ଖେଳାଳି ଭାବେ ରାହୁଲ ଭାରତୀୟ ଟିମରେ ଖେଳିବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏଥିବା ପାଇଁ ରାହୁଲଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି । ତାଇପେଇ ଏଭିସି ପୁରୁଷ ଚ୍ୟାଲେଞ୍ଜ କପ୍‌ରେ ରାହୁଲ ପ୍ରଭାବଶାଳୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details