ଓଡିଶା

odisha

ETV Bharat / sports

Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ - ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତକୁ ଡବଲ ମେଡଲ

ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତକୁ ଡବଲ ମେଡାଲ ମିଳିଛି । ଭାରତର ସୁନା ପୁଅ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଅପ୍ରତ୍ୟାଶିତ ଭାବେ ନୀରଜଙ୍କୁ କଡ଼ା ଟକ୍କର ଦେଇ ରୌପ୍ୟ ପଦକ ହାସଲ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଅଧିକ ପଢ଼ନ୍ତୁ

ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ
ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

By ETV Bharat Odisha Team

Published : Oct 4, 2023, 6:31 PM IST

ହାଙ୍ଗଝୌ: ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା । ଜାଭେଲିନ ଥ୍ରୋ ଇଭେଣ୍ଟରେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି ଓଡ଼ିଆ ମାଟିର ସୁନା ପୁଅ କିଶୋର ଜେନା । ସେ ସ୍ବର୍ଣ୍ଣ ପଦକରୁ ଅଳ୍ପ ଦୂରରେ ରହିଯାଇଥିଲେ ହେଁ ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇଥିଲେ । ଏସିଆନ ଗେମ୍ସରେ ସେ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ‍ଫିଙ୍ଗି ଏହି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ।

ଏସିଆନ ଗେମ୍ସ ଇଭେଣ୍ଟରେ ବୁଧବାର ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ପୁରୀ ଜିଲ୍ଲାର କିଶୋର ଜେନା କଡ଼ା ଟକ୍କର ଦେଇଥିଲେ । ଏପରିକି ସେ ନୀରଜଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନକୁ ଚାଲିଯାଇଥିଲେ । କିନ୍ତୁ ଚତୁର୍ଥ ପ୍ରୟାସରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ନୀରଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେ ୮୮.୮୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ । ଫଳରେ ଭାରତକୁ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି ।

ଏହା ମଧ୍ଯ ପଢ଼ନ୍ତୁ...Asian Games 2023: ଭାରତକୁ ଆଉ 3 ପଦକ, ବକ୍ସିଂରେ ଲଭଲିନାଙ୍କୁ ରୌପ୍ୟ

ସାରା ଦେଶ ନୀରଜଙ୍କଠାରୁ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଅପେକ୍ଷାରେ ଥିଲା । କିନ୍ତୁ ହଠାତ ଓଡ଼ିଆ ପୁଅ କିଶୋର ଜେନା ନିଜର ଆଧିପତ୍ୟ ଜାହିର କରିଥିଲେ । ସେ ତୃତୀୟ ପ୍ରୟାସରେ ସବୁ ୮୬.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ନୀରଜ ଚୋପ୍ରାଙ୍କୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଥିଲେ । ନୀରଜଙ୍କ ତୃତୀୟ ଥ୍ରୋ ଫାଉଲ ହୋଇଥିଲା । ତେବେ ସେ ଚତୁର୍ଥ ଥ୍ରୋରେ ସବୁ ବଳ ଲଗାଇ ୮୮.୮୮ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ । କିଶୋର ତାଙ୍କ ଚତୁର୍ଥ ପ୍ରୟାସରେ କ୍ୟାରିୟରର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି । ପ୍ରକାଶ ଥାଉ, ଚୀନରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଭିମୁଖେ ରହିଛି ଭାରତ । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆୟୋଜକ ଚୀନ ସର୍ବାଧିକ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଜାପାନ ଓ ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details