କଟକ: 47ତମ ରାଜ୍ୟ କନିଷ୍ଠ ବାଳକ ଓ ବାଳିକା କବାଡ଼ି ପ୍ରତିଯୋଗୀତା ତେଲେଙ୍ଗାନାର ସୂର୍ଯ୍ୟପେଟରେ ଅନୁଷ୍ଠିତ ହେବ । ଚଳିତ ମାସ 22ରୁ 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଖେଳାଯିବ ।
ଏହାପୂର୍ବରୁ ମହିଳା ଜାତୀୟ ଟିମ ଚୟନକର୍ତ୍ତା ଭାବେ ମନୋନୀତ ହୋଇଛନ୍ତି ଓଡିଶା ଝିଅ ଜୟଶ୍ରୀ ସ୍ବାଇଁ । ଭାରତୀୟ କବାଡ଼ି ମହାସଂଘ ପକ୍ଷରୁ ଜୟଶ୍ରୀଙ୍କୁ ଏହି ଗୁରୁ ଦାୟିତ୍ବ ମିଳିଛି । ଏହି ସମ୍ମାନଜନକ ପଦ ମିଳିବା ପରେ ରାଜ୍ୟ କବାଡ଼ି ସଂଘ ପକ୍ଷରୁ ଜୟଶ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଜୟଶ୍ରୀ ପୂର୍ବତନ ଅନ୍ତର୍ଜାତୀୟ କବାଡି ଖେଳାଳି ରହିଛନ୍ତି । ଫଳରେ ଚୟନକର୍ତ୍ତା ଭାବେ ସେ ବେଶ ସଫଳ ସାବ୍ୟସ୍ତ ହୋଇପାରନ୍ତି । ଚଳିତ ମାସ 20ତାରିଖରେ ସେ ତେଲେଙ୍ଗାନା ଗସ୍ତ କରିବେ ।
ଉଭୟ ପୁରୁଷ ଓ ମହିଳା ଦଳ ପାଇଁ 6 ଜଣ ଚୟନକର୍ତ୍ତାଙ୍କୁ ଚୟନ କରିଛି ଭାରତୀୟ କବାଡ଼ି ମହାସଂଘ ।
ପୁରୁଷ ଦଳ ଚୟନ କମିଟି :
1. ପଦ୍ମଶ୍ରୀ ଅଜୟ ଠାକୁର ( ହିମାଚଳ ପ୍ରଦେଶ)