ଓଡିଶା

odisha

ETV Bharat / sports

Para Nationals 2022: ପାରା ଆଥଲେଟିକସ ଚାମ୍ପିୟନସିପ ଉଦ୍‌ଯାପିତ, ଓଡିଶାକୁ ୬ ମେଡାଲ - ପାରା ଆଥଲେଟିକସ ଚାମ୍ପିୟନସିପ 2022

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚାରି ଦିନିଆ ଜାତୀୟ ପାରା ଆଥଲେଟିକସ ଚାମ୍ପିୟନସିପ ଉଦ୍‌ଯାପିତ ହୋଇଛି । ଏହି ଚମ୍ପିୟାନସିପରେ ଆୟୋଜକ ଓଡିଶାକୁ ୪ଟି ସ୍ବର୍ଣ୍ଣ ସମେତ ମୋଟ ୬ଟି ମେଡାଲରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅଧିକ ପଢନ୍ତୁ

Odisha won 6 medal as 20th National Para Athletics Championship 2022 conclude
Para Nationals 2022: ପାରା ଆଥଲେଟିକସ ଚାମ୍ପିୟନସିପ୍‌ ଉଦ୍‌ଯାପିତ, ଓଡିଶାକୁ ୬ ମେଡାଲ

By

Published : Mar 31, 2022, 10:42 PM IST

ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚାରି ଦିନିଆ ଜାତୀୟ ପାରା ଆଥଲେଟିକସ ଚାମ୍ପିୟନସିପ ଉଦ୍‌ଯାପିତ ହୋଇଛି । ଏହି ଚମ୍ପିୟାନସିପରେ ଆୟୋଜକ ଓଡିଶାକୁ ୪ଟି ସ୍ବର୍ଣ୍ଣ ସମେତ ମୋଟ ୬ଟି ମେଡାଲରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଓଡିଶା ପାଇଁ ଜୟନ୍ତୀ ବେହେରା ଏକାକୀ ୩ଟି ସ୍ବର୍ଣ୍ଣ ପଦକ ଜିତି ଶ୍ରେଷ୍ଠ ଆଥଲେଟ୍‌ ବିବେଚିତ ହୋଇଛନ୍ତି । ଅଂଶଗ୍ରହଣ କରିଥିବା ୩ଟି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ଜୟନ୍ତୀ ନିଜ ପ୍ରଦର୍ଶନ ପାଇଁ ଖୁସି ଜାହିର କରିଛନ୍ତି । ଏଥି ସହିତ ଏସିଆନ ଗେମ୍ସରେ ରାଜ୍ୟ ପାଇଁ ପଦକ ଜିଣିବାକୁ ଲକ୍ଷ୍ୟ ରଖିଛନ୍ତି ।

Para Nationals 2022: ପାରା ଆଥଲେଟିକସ ଚାମ୍ପିୟନସିପ୍‌ ଉଦ୍‌ଯାପିତ, ଓଡିଶାକୁ ୬ ମେଡାଲ

ଅନ୍ୟପଟେ ହରିୟାଣା ଦଳଗତ ଚାମ୍ପିୟନ ହୋଇଥିବା ବେଳେ ଦିଲ୍ଲୀ ରନର୍ସଅପ୍‌ ହୋଇଛି । ଉତ୍ତର ପ୍ରଦେଶ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଜାତୀୟ ପାରା ଆଥଲେଟିକ୍‌ସ ଚାମ୍ପିୟନସିପର ଉଦଯାପନୀ ଉତ୍ସବରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଫଗାନ ସିଂ କୁଲସ୍ତେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details