ଭୁବନେଶ୍ବର:ଆସନ୍ତା କାଲିଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ (Women's Football League)। ଏଥିଲାଗି ଆଜି (ଶନିବାର) କଳିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ ହୋଇଛି (Odisha Women's league Jersey) । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଫାଓର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍ ହୋଇଛି ।
କଳିଙ୍ଗ ଷ୍ଟାଡିୟମରେ ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍ ଏହା ବି ପଢନ୍ତୁ- FIFA World Cup 2022: ଆର୍ଜେଣ୍ଟିନା ଓ ମେକ୍ସିକୋ ମ୍ୟାଚ ପୂର୍ବରୁ ସହରରେ ଲାଗିଲା ନିଆଁ
ରବିବାର ଠାରୁ ଆରମ୍ଭ ହୋଇ ପ୍ରତିଯୋଗିତା ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ । ପ୍ରତିଯୋଗିତାରେ ୩୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଓଡ଼ିଶାର ଶ୍ରେଷ୍ଠ ୬ଟି ଟିମ ଅଂଶଗ୍ରହଣ କରିବେ । ଓଡିଶା ଫୁଟବଲ ଆସୋସିଏସନ ଓ ଓଡିଶା କ୍ରୀଡା ବିଭାଗ ଦ୍ବାରା ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଗତ ଫେବୃଆରୀ ୧୨ ତାରିଖରୁ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଓଡିଶା ମହିଳା ଫୁଟବଲ୍ ଲିଗ୍ ୨୦୨୨ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେଇଥିବାବେଳେ ମାର୍ଚ୍ଚ ୪ ତାରିଖ ଯାଏଁ ଏହା ଖେଳାଯାଇଥିଲା ।
କଳିଙ୍ଗ ଷ୍ଟାଡିୟମରେ ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍ ଇଟିଭି ଭାରତ, ଭୁବନେଶ୍ବର