ଓଡିଶା

odisha

ETV Bharat / sports

ଟେବୁଲ ଟେନିସରେ କାହିଁକି ପଛରେ ଓଡିଶା ? - ଟୁର୍ଣ୍ଣାମେଣ୍ଟରେ ଓଡିଶାର ଖେଳାଳି କେତେ ଲାଭବାନ ହେବେ

ଜାତୀୟ ଟେବୁଲ ଟେନିସ ଦଳରେ ସ୍ଥାନ ପାଇବାକୁ ଓଡିଶାର ଖେଳାଳି କାହିଁକି ସକ୍ଷମ ହେଉନାହାଁନ୍ତି, ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ଖେଳାଳିମାନେ ଏହି ଖେଳ ପ୍ରତି ବିମୁଖ ହେଉଥିବା ରାଜ୍ୟ ଟେବୁଲ ଟେନିସ ଦଳର କୋଚ ରାଜ ସୁବ୍ରମନ୍ୟମ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@sports_odisha)

By

Published : Jul 21, 2019, 3:28 PM IST

କଟକ: ଦେଶର କ୍ରୀଡା ରାଜଧାନୀ ପାଲଟିଛି ଓଡିଶା । ଗୋଟିଏ ପରେ ଗୋଟିଏ ମେଗା ଇଭେଣ୍ଟର ସଫଳ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ପୂର୍ବରୁ ହକି ବିଶ୍ୱକପ ଆଉ ଏବେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । ରାଜ୍ୟରେ ପ୍ରଥମକରି ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗୀତା ହେଉଛି, ଏହା ନିଶ୍ଚିନ୍ତ ଓଡିଶା ପାଇଁ ଗୌରବର ବିଷୟ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶାର ଖେଳାଳି କେତେ ଲାଭବାନ ହେବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଜାତୀୟ ଦଳରେ ଓଡିଶାର ଖେଳାଳି କେଉଁ କାରଣ ପାଇଁ ସାମିଲ ହୋଇପାରୁନାହାଁନ୍ତି ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ରାଜ୍ୟ ଟେବୁଲ ଟେନିସ ଦଳର କୋଚ ରାଜ ସୁବ୍ରମନ୍ୟମ କହିଛନ୍ତି ଖେଳାଳିଙ୍କ ଇଛାଶକ୍ତି ରହିଛି । ମାତ୍ର ଜାତୀୟ ଦଳରେ ସାମିଲ ହେବାକୁ ଉପଯୁକ୍ତ ବାତାବରଣ ଉପଲବ୍ଧ ହୋଇପାରୁନାହିଁ । ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ଖେଳାଳିମାନେ ଏହି ଖେଳ ପ୍ରତି ବିମୁଖ ହେଉଛନ୍ତି । ଓଡିଶାରେ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଅନେକ ପ୍ରତିଭାରେ ପୂର୍ଣ୍ଣଚ୍ଛେଦ ପଡିଯାଉଛି ।

ଅନ୍ୟପଟେ ଓଡିଶାରେ ଟେବୁଲ ଟେନିସକୁ କିପରି ଅଧିକ ଗ୍ରହଣୀୟ କରାଯାଇପାରିବ, ଏ ନେଇ ବିଚାର କରାଯାଉଛି । ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ କ୍ରୀଡା ବିଭାଗକୁ ଅବଗତ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ଟେବୁଲଟେନିସ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା । ତେବେ ଏହି ଦିଗରେ ରାଜ୍ୟ ସରକାର କେବେ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details