ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି NPC(national physique committee) ଓଡିଶା ବଡି ବିଲ୍ଡିଂ ଚାମ୍ପିୟନସିପ୍। ଯେଉଁଥିରେ ସାରା ଦେଶରୁ ବଛା ବଛା 500 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। NPC ଓଡିଶା ବଡି ବିଲ୍ଡିଂ ଫେଡରେସନ ଓ RR-27 ଦ୍ବାରା ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ଭୁବନେଶ୍ବର ରେଲୱେ ଇଣ୍ଡୋର ଷ୍ଟାଡିୟମରେ ଏପ୍ରିଲ 9 ଓ 10 ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ଏହି ସର୍ବବୃହତ ବଡି ବିଲ୍ଡିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିବାକୁ ଅନେକ ପ୍ରତିଯୋଗୀ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ବର୍ଗର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ 13ଟି ଭିନ୍ନ ବର୍ଗ ରହିବ।
ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଓଡିଶା ବଡି ବିଲ୍ଡିଂ ଚମ୍ପିୟାନସିପ - ଓଡିଶା ବଡି ବିଲ୍ଡିଂ ଫେଡରେସନ
ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି NPC(national physique committee) ଓଡିଶା ବଡି ବିଲ୍ଡିଂ ଚାମ୍ପିୟନସିପ୍। ଯେଉଁଥିରେ ସାରା ଦେଶରୁ ବଛା ବଛା 500 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ

ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଓଡିଶା ବଡି ବିଲ୍ଡିଂ ଚମ୍ପିୟାନସିପ
ପ୍ରତିଯୋଗିତାରେ 6 ଲକ୍ଷ 50 ହଜାର ଟଙ୍କା ପୁରସ୍କାର ରାଶି ରହିଛି । ସଫଳ ପ୍ରତିଯୋଗୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଯାହାକି ଅଗାମୀ ମଇ ମାସରେ ଦିଲ୍ଲୀ କିମ୍ଵା ଚେନ୍ନାଇରେ ହେବ। NPC ବଡି ବିଲ୍ଡିଂ ଫେଡରେସନ ବିଶ୍ବର ଏକମାତ୍ର ଅଗ୍ରଣୀ ପ୍ରୋ ଲିଗ ଅର୍ଗାନାଇଜେସନ, ଯାହାକି IFBB (ଇଣ୍ଟନେସନାଲ ଫେଡରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସ)ଦ୍ବାରା ସ୍ବୀକୃତି ପ୍ରାପ୍ତ। NPC ଦ୍ବାରା ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ