କଟକ:ଜାତୀୟସ୍ତରୀୟ ମ୍ୟାଚ ପାଇଁ ଓଡିଶା କୁସ୍ତି ସଂଘର କସରତ । ପ୍ରାୟ 6ରୁ ଊର୍ଦ୍ଧ୍ବ ଜିଲ୍ଲାରୁ ସୋମବାର 50 ପ୍ରତିଯୋଗୀଙ୍କୁ ନେଇ ଏକ ଅଭ୍ୟାସ ମ୍ୟାଚ ଆୟୋଜନ କରିଥଲା ସଂଘ ।
ଆଗାମୀ ଦିନରେ ନୋଏଡାରେ ହେବାକୁ ଥିବା ଜାତୀୟ ସ୍ତରୀୟ ମ୍ୟାଚ ପାଇଁ ଓଡିଶା ଜୁନିୟର ଓ ସବ୍-ଜୁନିୟର କୁସ୍ତି ଟିମର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି ।
ଜାତୀୟ କୁସ୍ତି ପ୍ରତିଯୋଗୀତା: ଟିମ ଓଡିଶା ଚୟନ ପ୍ରକ୍ରିୟା ଆରମ୍ଭ ତୃଣମୂଳ ସ୍ତରରେ କୁସ୍ତିର ବିକାଶ ଦିଗରେ ଫୋକସ ଦିଆଯାଉଥିବା କହିଛନ୍ତି ରାଜ୍ୟ କୁସ୍ତି ସଂଘ ସମ୍ପାଦକ କିଶୋର ବେହେରା । ଜୁନିୟର ଖେଳାଳିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦ୍ବାରା ଦକ୍ଷ କରିବା ଯୋଜନା ରହିଛି । ଫଳରେ ଭବିଷ୍ୟତରେ ସେମାନେ ଓଡିଶା ପାଇଁ ଗର୍ବ ହୋଇପାରିବେ କହିଛନ୍ତି କିଶୋର । ଆଗାମୀ ଜାତୀୟ ସ୍ତରୀୟ ମ୍ୟାଚ ପାଇଁ ଓଡିଶା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ