ଓଡିଶା

odisha

ETV Bharat / sports

ପ୍ରମୋଦଙ୍କୁ ଖେଳରତ୍ନ, ଦୀପଗ୍ରେସଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ - ପ୍ରମୋଦ ଭଗତ

ଭାରତୀୟ ଷ୍ଟାର ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ । ଅଧିକ ପଢନ୍ତୁ...

Odisha para sports Association recommends para Shuttler pramod bhagat name for khel ratna award
ପ୍ରମୋଦଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନର ସୁପାରିଶ

By

Published : Jul 5, 2021, 9:05 PM IST

ଭୁବନେଶ୍ବର: ଭାରତୀୟ ଷ୍ଟାର ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ । ପୂର୍ବରୁ ବରଗଡ ଜିଲ୍ଲା ଅତାବିରାର ଓଡିଆ ପୁଅ ପ୍ରମୋଦଙ୍କୁ 2019 ରେ ଭାରତ ସରକାର ଅର୍ଜୁନ ଆୱାର୍ଡରେ ସମ୍ମାନିତ କରିଛନ୍ତି ।

ପ୍ରମୋଦ ଭଗତ

ସେହିପରି ଭାରତୀୟ ମହିଳା ହକି ଟିମର ଭେଟେରାନ ଡିଫେଣ୍ଡର ତଥା ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି ଓଡିଶା ସରକାରଙ୍କ କ୍ରୀଡା ବିଭାଗ । ଦୀପଗ୍ରେସଙ୍କୁ ନିକଟରେ ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଟିମର ଉପଅଧିନାୟିକା ଚୟନ କରାଯାଇଛି ।

ଦୀପଗ୍ରେସ ଏକ୍କା

ଗତ 4 ବର୍ଷ ମଧ୍ୟରେ 36ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି ପ୍ରମୋଦ । ଯେଉଁଥିରେ ୱାର୍ଲଡ ଚମ୍ପିଆନସିପରେ ଦୁଇଟି ସ୍ବର୍ଣ୍ଣ ଏବଂ ଏସିଆନ ପାରା ଗେମ୍ସରେ ଗୋଟିଏ ସ୍ବର୍ଣ୍ଣ ପଦକ ସାମିଲ ରହିଛି ।

ଆଗାମୀ ଟୋକିଓ ପାରା-ଅଲମ୍ପିକରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ପ୍ରମୋଦ ଏବଂ ଏହି ମେଗା ଇଭେଣ୍ଟରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ବିଶ୍ବ ପାରା-ବ୍ୟାଡମିଣ୍ଟନ ମାନ୍ୟତାର ନମ୍ବର ସ୍ଥାନରେ ମଧ୍ୟ ରହିଛନ୍ତି ଓଡିଆ ପୁଅ ପ୍ରମୋଦ ।

ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜାତୀୟ କ୍ରୀଡା ପୁରସ୍କାର 2021 ପାଇଁ ଆବେଦନର ଶେଷ ତାରିଖ ଘୁଞ୍ଚାଇଥିଲା । ପୂର୍ବରୁ ଜୁନ 21 ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିଲା । କ୍ରୀଡା ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ, କୋଚ୍‌, ସଂସ୍ଥା ଓ ବିଶ୍ବବିଦ୍ୟାଳୟର ନାମ ଇମେଲ ଯୋଗେ ଆଦେବନ କରିପାରିବେ । ଏନେଇ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଥିଲା ।

ମନିକା ବାତ୍ରା, ରୋହିତ ଶର୍ମା, ଭିନେଶ ଫୋଗଟ, ରାନୀ ରାମପାଲ ଓ ମାରିୟାପ୍ପନ ଫାଙ୍ଗାଭେଲୁଙ୍କୁ ଗତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ 5 ଜଣ କ୍ରୀଡାବିତ୍‌ଙ୍କୁ ଏହି ପୁରସ୍କାର ମିଳିଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details