ଓଡିଶା

odisha

ETV Bharat / sports

BWF ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗଲ୍ସରେ କିରଣ ଜର୍ଜ ଚାମ୍ପିୟନ - ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ

ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା BWF ଓଡିଶା ଓପନ ସୁପର-100 ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଶେଷ । ମହିଳା ସିଙ୍ଗଲ୍ସ ବର୍ଗରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗଲ୍ସ ବର୍ଗରେ କିରଣ ଜର୍ଜ ଚାମ୍ପିୟନ । ଅଧିକ ପଢନ୍ତୁ

Odisha Open: Kiran George beats Priyanshu Rajawat to win men's singles title
BWF ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗଲ୍ସରେ କିରଣ ଜର୍ଜ ଚାମ୍ପିୟନ

By

Published : Jan 30, 2022, 6:47 PM IST

Updated : Jan 30, 2022, 7:33 PM IST

କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା BWF ଓଡିଶା ଓପନ ସୁପର-100 ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଶେଷ ହୋଇଛି । ଆଜି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ମହିଳା ସିଙ୍ଗଲ୍ସ ବର୍ଗରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗଲ୍ସ ବର୍ଗରେ କିରଣ ଜର୍ଜ ଚାମ୍ପିୟନ ହୋଇଛନ୍ତି ।

ସେହିପରି ମହିଳା ଡବଲ୍ସରେ ତ୍ରିଶା ଟୋଲି ଓ ଗାୟତ୍ରୀ ଗୋପିଚାନ୍ଦ ପୁଲେଲା ଟାଇଟଲ ହାସଲ କରିଥିଲେ । ତେବେ ପୁରୁଷ ଡବଲ୍ସରେ ମାଲେସିଆର ଯୋଡ଼ି ନୁର ମହମ୍ମଦ ଓ ଖିମ୍ ଓ୍ବା ଲିମ୍‌ଙ୍କ ଯୋଡି ଓ ମିକ୍ସ ଡବଲ୍ସରେ ଶ୍ରୀଲଙ୍କାର ସିଚିନ୍ ଦିଆସ୍ ଓ ଥିଲିନି ହିଣ୍ଡାହିଓ୍ବାଙ୍କ ଯୋଡି ନିଜର ଭାରତୀୟ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: Odisha Open Badminton: ସର୍ବକନିଷ୍ଠ ସର୍ଟଲର ଭାବେ ଇତିହାସ ରଚିଲେ ଉନ୍ନତି

ଶେଷ ହେଲା BWF ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ

କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚଳିତ ମାସ 25 ତାରିଖରୁ ଏହି ମେଗା ଅନ୍ତର୍ଜାତୀୟ ବ୍ୟାଡ୍‌ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । 7 ଟି ଦେଶର 298 ଜଣ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ । 5ଟି ଭିନ୍ନ ବର୍ଗରେ ହୋଇଥିବା ମ୍ୟାଚ୍‌ରେ ବିଜେତାଙ୍କୁ 75 ହଜାର ଡ଼ଲାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

କୋଭିଡର ପ୍ରତିକୂଳ ସମୟରେ ଏତେ ବଡ଼ ପ୍ରତିଯୋଗିତାକୁ ସଫଳତାର ସହ ଓଡିଶା ବ୍ୟାଡ୍‌ମିଣ୍ଟନ ଆସୋସିଏସନ ଓ କ୍ରୀଡା ବିଭାଗ, ଜାତୀୟ ବ୍ୟାଡମିଣ୍ଟନ ଆସୋସିଏସନ(BAI) ସହ ମିଶି ସଫଳ ଆୟୋଜନ କରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Jan 30, 2022, 7:33 PM IST

ABOUT THE AUTHOR

...view details