ହାଇଦ୍ରାବାଦ:ଅନ୍ତର୍ଜାତୀୟ ଆଥଲେଟ ତଥା ଓଡିଆ ଝିଅ ଅନୁରାଧା ବିଶ୍ବାଳଙ୍କୁ ନୂଆ ଦାୟିତ୍ବ । ଖେଲୋ ଇଣ୍ଡିଆ ପୂର୍ବାଞ୍ଚଳ ପ୍ରତିଭା ଅନ୍ବେଷଣ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଅନୁରାଧା । ଏନେଇ ଟ୍ବିଟ ଯୋଗେ ଅନୁରାଧାଙ୍କୁ ଶୁଭେଚ୍ଛା ଜଣାଇଛି ଓଡିଶା ସ୍ପୋର୍ଟ୍ସ ।
ଓଡିଶାର ପ୍ରଥମ ଝିଅ ଭାବେ ଆଥଲେଟିକ୍ସରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ ଅନୁରାଧା । ଏଥିସହ ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ରହିଛନ୍ତି ।