ଓଡିଶା

odisha

ETV Bharat / sports

Odisha Sports Budget: ଗତବର୍ଷ ତୁଳନାରେ କ୍ରୀଡା ବଜେଟ୍‌ 197 କୋଟି ବୃଦ୍ଧି - ଓଡିଶା ବଜେଟ ୨୦୨୨

ଉପସ୍ଥାପିତ ହୋଇଥିବା ୨୦୨୨-୨୩ ଆର୍ଥିକବର୍ଷର ବଜେଟ୍‌ରେ କ୍ରୀଡା ବଜେଟ୍‌ ବୃଦ୍ଧି ପାଇ ୬୦୨ କୋଟି ହୋଇଛି । ଗତବର୍ଷ ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୪୦୫ କୋଟି ରହିଥିଲା । ଅଧିକ ପଢନ୍ତୁ

Odisha hikes sports budget to Rs 602 crore
Odisha Sports Budget: ଗତବର୍ଷ ତୁଳନାରେ କ୍ରୀଡା ବଜେଟ୍‌ 197 କୋଟି ବୃଦ୍ଧି

By

Published : Mar 31, 2022, 5:52 PM IST

ଭୁବନେଶ୍ବର:ରାଜ୍ୟରେ କ୍ରୀଡା କ୍ଷେତ୍ରର ଉନ୍ନତି ପାଇଁ ଓଡିଶା ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି । ବୁଧବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୨୨-୨୩ ଆର୍ଥିକବର୍ଷର କାମଚଳା ବଜେଟ୍‌ରେ କ୍ରୀଡା ବଜେଟ୍‌ ବୃଦ୍ଧି ପାଇ ୬୦୨ କୋଟି ହୋଇଛି ।

୨୦୨୧-୨୨ ରାଜ୍ୟ ବଜେଟ୍‌ରେ କ୍ରୀଡାକ୍ଷେତ୍ରରେ ଖର୍ଚ୍ଚ ହେବାକୁ ୪୦୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଚଳିତ ବର୍ଷର ବ୍ୟୟବରାଦ ମୁତାବକ ୪୧୧ କୋଟି ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନିର୍ମାଣ ପାଇଁ ରହିଛି । ଏଥିସହ କ୍ରୀଡାର ଉନ୍ନତି ଓ ପ୍ରଚାର, ପ୍ରସାର ପାଇଁ ମଧ୍ୟ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା ଅନୁଯାୟୀ, ତୃଣମୂଳ ସ୍ତରରୁ କ୍ରୀଡା ପ୍ରତିଭା ଅନ୍ବେଷଣ ସହିତ ସେମାନଙ୍କୁ ଉଚିତ୍‌ ପ୍ରଶିକ୍ଷଣ କାର୍ଯ୍ୟ ମଧ୍ୟ ସରକାର ତ୍ବରାନ୍ନିତ କରିବେ ।

ପ୍ରମୁଖ କ୍ରୀଡା ଭିତ୍ତିଭୂମି ନିର୍ମାଣ ମଧ୍ୟରେ ରାଉରକେଲାରେ ନିର୍ମାଣଧୀନ ଥିବା ବିର୍ଶାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ରହିଛି । ଏହି ଷ୍ଟାଡିୟମକୁ ୨୦୨୩ ପୁରୁଷ ହକି ବିଶ୍ବକପ ପାଇଁ ପ୍ରସ୍ତୁତ କରାଯାଉଛି । ଏଥିସହ କଳିଙ୍ଗ ଷ୍ଟାଡିୟମର ସଂପ୍ରସାରଣ ପ୍ରୋଜେକ୍ଟ ଓ ୮୯ ବହୁମୁଖୀ ଇନଡୋର୍‌ ହଲ୍‌ ମଧ୍ୟ ରାଜ୍ୟର କ୍ରୀଡା ପ୍ରଶିକ୍ଷଣ ଓ ଭିତ୍ତିଭୁମୀ ସୃଦୃଢୀକରଣ ଦିଗରେ ବିଶେଷ ପରିବର୍ତ୍ତନ ଆଣିବ କହିଛନ୍ତି କ୍ରୀଡାମନ୍ତ୍ରୀ ।

କ୍ରୀଡା କ୍ଷେତ୍ରରେ ଶକ୍ତିଶାଳୀ ପ୍ରମୁଖ ୧୦ଟି ଦେଶ ମଧ୍ୟରେ ରହିବାକୁ ଥିବା ଭାରତର ଲକ୍ଷ୍ୟ ସହିତ ଓଡିଶା ମଧ୍ୟ ଅନୁରୁପେ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି । ୪୧୧ କୋଟିର ଭିତ୍ତିଭୂମୀ ଉନ୍ନତି ବ୍ୟତୀତ, ୧୧୫ କୋଟି ଟଙ୍କା ସ୍ପୋର୍ଟ୍ସ ଏଜୁକେସନର ପ୍ରଚାର ଓ ପ୍ରଚାର ପାଇଁ ଖର୍ଚ୍ଚ ହେବ । ରାଜ୍ୟ ପକ୍ଷରୁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଖର୍ଚ୍ଚ ପାଇଁ ୧୧କୋଟି ଟଙ୍କା ଓ ଅବଶିଷ୍ଟ ଅର୍ଥ ଅନ୍ୟ ପ୍ରଶାସନିକ ଖର୍ଚ୍ଚ ପାଇଁ ରହିଛି ।

ଗତ ଦଶନ୍ଧି ମଧ୍ୟରେ ଓଡିଶା ସରକାରଙ୍କ ପାଇଁ କ୍ରୀଡା ଏକ ପ୍ରାଥମିକ କ୍ଷେତ୍ର ପାଲଟିଛି ।2010-11 ରୁ 2021-22 ମଧ୍ୟରେ ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ଯଥେଷ୍ଟ ବିନିଯୋଗ କରିଛନ୍ତି ।

୨୦୧୦-୧୧ ଆର୍ଥିକ ବର୍ଷରେ ରାଜ୍ୟର କ୍ରୀଡା ବଜେଟ୍‌ ଥିଲା ମାତ୍ର ୨୮ କୋଟି । ୨୦୨୦-୨୧ରେ ଆର୍ଥିକ ବର୍ଷର ବଜେଟ୍‌ରେ ଏହା ୩୦୧ କୋଟିରେ ପହଞ୍ଚିଥିଲା । ୨୦୨୧-୨୨ରେ ୪୦୫ କୋଟି ହୋଇଥିଲା । ଏଥର ଅର୍ଥାତ ୨୦୨୨-୨୩ରେ ଏହା ୬୦୨ କୋଟିରେ ପହଞ୍ଚିଛି । ବଜେଟର ଏକ ବଡ ଅଂଶ ରାଜ୍ୟର କ୍ରୀଡା ଭିତ୍ତିଭୁମୀର ଉନ୍ନତି ଓ ପ୍ରମୁଖ ଟୁର୍ଣ୍ଣାମେଣ୍ଟର ଆୟୋଜନରେ ଖର୍ଚ୍ଚ ହୋଇଛି ।

ANI

ABOUT THE AUTHOR

...view details