ଓଡିଶା

odisha

ଓଡିଶା ବଜେଟ: କ୍ରୀଡା ଓ ଯୁବସେବା ପାଇଁ 301 କୋଟି

By

Published : Feb 18, 2020, 8:01 PM IST

Updated : Feb 18, 2020, 9:23 PM IST

କ୍ରୀଡା ଓ ଯୁବ ସେବା ପାଇଁ 301 କୋଟି ଟଙ୍କା ବ୍ୟୟ ଅଟକଳ । ରାଜ୍ୟ ସରକାର 2020-21ବର୍ଷ ବଜେଟ୍‌ରେ କ୍ରୀଡାକୁ ବେଶ୍‌ ଗୁରୁତ୍ବ ଦେଇଛନ୍ତି । 19-20ରେ କ୍ରୀଡାକୁ ମିଳିଥିଲା 266କୋଟି ।

odisha sports budget
odisha sports budget

ଭୁବନେଶ୍ବର: ରାଜ୍ୟ ସରକାର 2020-21ବର୍ଷ ପାଇଁ ପୂର୍ଣ୍ଣ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ବଜେଟରେ କ୍ରୀଡା ଓ ଯୁବ ସେବା ପାଇଁ 301 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିମଧ୍ୟରେ କ୍ରୀଡା ଭିତ୍ତିଭୂମି ପାଇଁ 140 କୋଟି ଓ କ୍ରୀଡା ଶିକ୍ଷା ପାଇଁ 91 କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ଫଟୋ ସୌଜନ୍ୟ:@CMO_Odisha

ପୂର୍ବ ବର୍ଷ କ୍ରୀଡା ଓ ଯୁବ ସେବା ପାଇଁ 266 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏଥିରେ ତୃଣମୂଳସ୍ତରରେ ଭିତ୍ତିଭୂମି ନିମନ୍ତେ 80 କୋଟି ବ୍ୟୟ ବରାଦ ହୋଇଥିଲା ।

କ୍ରୀଡା ଓ ଯୁବ ସେବାର ବଜେଟ ଘୋଷଣା ବେଳେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଗୁଗୁଲରେ ଭୁବନଶ୍ବେରକୁ ଭାରତର କ୍ରୀଡା ରାଜଧାନୀ ଭାବେ ଦର୍ଶାଏ । ଏହା ପ୍ରତ୍ୟେକ ଓଡିଆ ପାଇଁ ଏକ ଗର୍ବ ଓ ଗୌରବ ବିଷୟ । ଅଷ୍ଟ୍ରେଲିଆ, ବେଲଜିୟମ ଓ ସିଙ୍ଗାପୁର ଭଳି ଶକ୍ତିଶାଳୀ ରାଷ୍ଟ୍ର ପୁରୁଷ ବିଶ୍ବ କପ୍‌ ହକି-2023 ପାଇଁ ପ୍ରତିଯୋଗିତା କରୁଥିଲେ, ଆମ ପାଇଁ ଅତି ଗୌରବର ବିଷୟ ଓଡିଶା କ୍ରମାଗତ ଭାବେ 2ୟ ଥର ଏହି ବିଶ୍ବକପ ପାଇଁ ମନୋନୀତ ହୋଇଛି ।

ଆହୁରି ମଧ୍ୟ ମନ୍ତ୍ରୀ କହିଥିଲେ, ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମି ନିର୍ମାଣ କରିବା ସହ ବନ୍ଧୁକଚାଳନା, ଦୌଡକୁଦ, ଭାରୋତ୍ତଳନ, ହକି, ବ୍ୟାଡମିଣ୍ଟନ ଆଦି ଖେଳ ପାଇଁ ହାଇ ପ୍ରଫ୍ରମାନ୍ସ ସେଣ୍ଟର ସ୍ଥାପନ କରିପାରିଛୁ ।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି 'କ୍ରୀଡା କ୍ଷେତ୍ରରେ ବିନିଯୋଗ ହିଁ ଯୁବ ଶକ୍ତିର ବିନିଯୋଗ.. ଏବଂ ଯୁବଶକ୍ତିରେ ବିନିଯୋଗ ଆମ ଭବିଷ୍ୟତ ପାଇଁ ବିନିଯୋଗ' ସମଗ୍ର କ୍ରୀଡା ଜଗତର ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Last Updated : Feb 18, 2020, 9:23 PM IST

ABOUT THE AUTHOR

...view details