ଓଡିଶା

odisha

ETV Bharat / sports

ସୁଟିଂ ବିଶ୍ବକପ: ଜାତୀୟ ଦଳରେ ଓଡ଼ିଆ ସୁଟର ଶ୍ରୀୟଙ୍କା ସାମିଲ - ସୁଟିଂ ବିଶ୍ବକପ ଖବର

ଅନ୍ତର୍ଜାତୀୟ ରାଇଫଲ ସୁଟିଂ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସାମିଲ ହେଲ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ...

Odia shooter Sriyanka Sadangi joined the Indian team for the International Rifle Shooting World Cup.
ସୁଟିଂ ବିଶ୍ବକପ: ଜାତୀୟ ଦଳରେ ଓଡ଼ିଆ ସୁଟର ଶ୍ରୀୟଙ୍କା ସାମିଲ

By

Published : Feb 17, 2021, 4:51 PM IST

Updated : Feb 17, 2021, 4:59 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ରାଇଫଲ ସୁଟିଂ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସାମିଲ ହେଲ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ଅନ୍ତର୍ଜାତୀୟ ମହିଳା ରାଇଫଲ ଦଳରେ ତାଙ୍କୁ ସାମିଲ କରାଯାଇଛି। ମାର୍ଚ୍ଚ 18 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସୁଟିଂ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ।

ଅନ୍ତର୍ଜାତୀୟ ସୁଟିଂ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସାମିଲ ହେବା ପରେ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା। ଅନ୍ତର୍ଜାତୀୟ ରାଇଫଲ ସୁଟିଂ ବିଶ୍ବକପ୍ ପାଇଁ ସେ ଜାତୀୟ ମହିଳା ରାଇଫଲ ଦଳ ମନୋନୀତ ହୋଇଛନ୍ତି। ଅନ୍ତର୍ଜାତୀୟ ସୁଟିଂ କ୍ରୀଡ଼଼ା ଫେଡେରେସନ୍ ପକ୍ଷରୁ ଏହି ବିଶ୍ବକପ ହେବାକୁ ଯାଉଛି। ମୁଁ ତାଙ୍କୁ ଏହି ବିଶ୍ବକପ ପାଇଁ ଶୁଭେଚ୍ଛା ଜଣାଉଛି।"

ମାର୍ଚ୍ଚ 18 ତାରିଖରୁ ରାଜଧାନୀ ନୂଆଦିଲ୍ଲୀରେ ଏହି ରାଇଫଲ ସୁଟିଂ ବିଶ୍ବକପ ଆରମ୍ଭ ହେବ। ଆନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ଫେଡେରେସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ରାଇଫଲ ସୁଟିଂ ବିଶ୍ବକପ ମାର୍ଚ୍ଚ 29 ତାରିଖ ଯାଏଁ ଚାଲିବ। ଡକ୍ଟର କର୍ଣ୍ଣି ସିଂହ ସୁଟିଂ ଷ୍ଟେଜରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ।

ଜାତୀୟ ରାଇଫଲ ଆସୋସିଏସନ ପକ୍ଷରୁ ମଙ୍ଗଳବାର 57 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ବର୍ଷର ପ୍ରଥମ ପିସ୍ତଲ, ରାଇଫଲ ଓ ସଟଗନ ଷ୍ଟେଜ ପାଇଁ ଏହି ବିଶ୍ବକପ ହେବ। ଏହି ବିଶ୍ବକପ ପାଇଁ କିଛି ନୂଆ ଫର୍ମାଟ ଆପଣାଇଛି ନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ଫେଡେରେସନ। ଏହି ବିଶ୍ବକପରେ କୋରିଆ, ସିଙ୍ଗାପୁର, ୟୁନାଇଟେଡ କିଙ୍ଗଡମ, ଆମେରିକା, ଇରାନ, ୟୁକ୍ରେନ, ଫ୍ରାନ୍ସ ଭଳି 42ଟି ରାଷ୍ଟ୍ର ଭାଗ ନେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 17, 2021, 4:59 PM IST

ABOUT THE AUTHOR

...view details