ନୂଆଦିଲ୍ଲୀ: ଭାରତୀୟ ହକି ଟିମର ଅଧିନାୟକ ଭାର ତୁଲାଇବେ ଓଡିଆ ଖେଳାଳି । ଓଡିଶା ହକି ଖେଳାଳି ଅମିତ ରୋହିଦାସଙ୍କୁ ଭାରତୀୟ ହକି ମହାସଂଘ ପକ୍ଷରୁ ଏହି ନିଯୁକ୍ତି ମିଳିଛି । ଆସନ୍ତା FIH ପ୍ରୋ ଲିଗ ମ୍ୟାଚ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ଅଧିନାୟକ ରହିବେ ରୋହିଦାସ । ଏହାସହିତ ଅମିତଙ୍କ ନେତୃତ୍ୱରେ 20 ଜଣିଆ ଦଳ ଘୋଷଣା ହୋଇଥିବା ବେଳେ ହରମନପ୍ରିତ ସିଂଙ୍କୁ ଉପଅଧିନିୟକ ଦାୟିତ୍ୱ ମିଳିଛି ।
ହକି ଇଣ୍ଡିଆ ଆଜି (ଗୁରୁବାର) FIH ହକି ପ୍ରୋ ଲିଗ 2021-22 (FIH Hockey Pro League 2021-22) ସିଜନ ପାଇଁ 20 ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି । ବର୍ତ୍ତମାନର ଟେବୁଲ ଟପ୍ପର୍ସ ଭାରତୀୟ ଟିମ୍ ଜୁନ୍ 11 ଏବଂ 12ରେ ବେଲିଜିୟମକୁ ଭେଟିବ । ଏହାପରେ ଜୁନ 18 ଏବଂ 19 ରେ ନେଦରଲ୍ୟାଣ୍ଡକୁ ଭେଟିବ । ଏଥିପାଇଁ ଅଧିନାୟକ ଭାବେ ଅମିତ ରୋହିଦାସଙ୍କୁ ନିଯୁକ୍ତି ମିଳି ଥିବାବେଳେ ଉପଅଧିନାୟକ ଭାବେ ହରମନପ୍ରିତ ସିଂଙ୍କୁ ଦାୟିତ୍ବ ଦିଆଯାଇଛି ।
20 ସଦସ୍ୟ ସ୍ବାର୍ଡ:-