ନୂଆଦିଲ୍ଲୀ: କ୍ରୀଡାଜଗତ ପାଇଁ କାଳ ସାଜିଛି ମହାମାରୀ କୋରୋନା ଭାଇରସ । ଏହି ଭାଇରସର ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଶ୍ୱ ତମାମ କ୍ରମାନ୍ୱୟରେ ପ୍ରାୟ ସମସ୍ତ କ୍ରୀଡାଇଭେଣ୍ଟକୁ ବାତିଲ କରାଯାଇଛି ।
କୋରୋନା ଭାଇରସ: ଅଲମ୍ପିକ ଚୟନ କମିଟି ବୈଠକ ସ୍ଥଗିତ - coronavirus news
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ(NRAI) ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ଚୟନ କମିଟି ବୈଠକ ସ୍ଥଗିତ କରିଛି। ଅଧିକ ପଢନ୍ତୁ...
![କୋରୋନା ଭାଇରସ: ଅଲମ୍ପିକ ଚୟନ କମିଟି ବୈଠକ ସ୍ଥଗିତ Olympic selection committee meeting](https://etvbharatimages.akamaized.net/etvbharat/prod-images/768-512-6474432-thumbnail-3x2-wc.jpeg)
ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ(NRAI) ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ଚୟନ କମିଟି ବୈଠକ ସ୍ଥଗିତ ହୋଇଛି । ଆଥଲେଟ, କୋଚ ଓ ପରିଚାଳନା ଅଧିକାରୀଙ୍କ ସୁରକ୍ଷା ସର୍ବୋପରି ବୋଲି, NRAI ସଭାପତି ରନିନ୍ଦର ସିଂହ କହିଛନ୍ତି ।
ଏଥିସହିତ ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ସମସ୍ତ ସୁଟର ଓ ସମସ୍ତ ଜାତୀୟ କୋଚଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ନିଜ ସ୍ତରରେ ପ୍ରଶିକ୍ଷଣ ଚଳାଇପାରିବେ ବୋଲି କହିଛନ୍ତି । ପୂର୍ବରୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କେନ୍ଦ୍ର କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ଇଭେଣ୍ଟ ଓ ପ୍ରତିଯୋଗିତାକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ରହିଛି ।