ଓଡିଶା

odisha

By

Published : Apr 4, 2021, 8:34 PM IST

Updated : Apr 5, 2021, 6:47 AM IST

ETV Bharat / sports

ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ବନ୍ଧୁକଚାଳନା ଦଳ ଘୋଷଣା

NRAI announced Indian Shooting Team for Tokyo Olympics
ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ବନ୍ଧୁକଚାଳନା ଦଳ ଘୋଷଣା

20:20 April 04

ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ବନ୍ଧୁକଚାଳନା ଦଳ ଘୋଷଣା

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ବନ୍ଧୁକଚାଳନା ଦଳ । ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ଓ ଦେଶର ଅଲମ୍ପିକ ସୁଟିଂ ସ୍ପୋର୍ଟର ପରିଚାଳନା ପରିଷଦ ରବିବାର 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ।  

ରବିବାର ଅପରାହ୍ନରେ ବସିଥିବା ଚୟନକର୍ତ୍ତା କମିଟି ବୈଠକ ପ୍ରାୟ 5 ଘଣ୍ଟା ବସିଥିଲା । 15 ଜଣିଆ ଦଳ ସହ ପ୍ରତ୍ୟେକ ଯୋଗ୍ୟତା ଇଭେଣ୍ଟରେ 14 ରିଜର୍ଭ ସୁଟରଙ୍କ ନାମ ଘୋଷଣା କରିଛି କମିଟି । ମହାମାରୀ କୋଭିଡ-19 ସ୍ଥିତିକୁ ନଜରରେ ରଖି NRAI ସଭାପତି ରାଜିନ୍ଦର ସିଂହଙ୍କ ପ୍ରସ୍ତାବରେ ଏହି ନିଷ୍ପତ୍ତି ନିଆଯାଇଛି ।

ଭାରତୀୟ ଅଲମ୍ପିକ ସୁଟିଂ ଟିମ:  

10 ମିଟର ପୁରୁଷ ରାଇଫଲ: ଦିବ୍ୟାଂଶ ସିଂହ ପାନୱାର, ଦୀପକ କୁମାର, ସନ୍ଦୀପ ସିଂହ(ରିଜର୍ଭ ସୁଟର), ଐଶର୍ଯ୍ୟ ପ୍ରତାପ ସିଂହ ତୋମାର(ରିଜର୍ଭ ସୁଟର) ।

50 ମିଟର ରାଇଫଲ ପୁରୁଷ 3 ପୋଜିସନ: ସଞ୍ଜୀବ ରାଜପୁତ, ଐଶର୍ଯ୍ୟ ପ୍ରତାପ ସିଂହ ତୋମାର, ସ୍ବପ୍ନିଲ କୁସାଲେ(ରିଜର୍ଭ ସୁଟର), ଚେନ ସିଂହ(ରିଜର୍ଭ ସୁଟର) ।

10 ମିଟର ପୁରୁଷ ଏୟାର ପିସ୍ତଲ: ସୌରଭ ଚୌଧୁରୀ, ଅଭିଶେକ ବର୍ମା, ଶାହଜର ରିଜବି(ରିଜର୍ଭ ସୁଟର), ଓମ ପ୍ରକାଶ ମିଥାରଭାଲ(ରିଜର୍ଭ ସୁଟର) ।

10 ମିଟର ଏୟାର ରାଇଫଲ ମହିଳା: ଅପୂର୍ବୀ ଚାନ୍ଦେଲା, ଇଲାଭେନିଲ ଭଲାରିଭାନ, ଅଞ୍ଜୁମ ମୌଦଗିଲ(ରିଜର୍ଭ ସୁଟର), ଶ୍ରେୟା ଅଗ୍ରୱାଲ(ରିଜର୍ଭ ସୁଟର) ।

50 ମିଟର ରାଇଫଲ ମହିଳା 3 ପୋଜିସନ: ଅଞ୍ଜୁମ ମୌଦଗିଲ, ତେଜସ୍ବିନୀ ସାୱନ୍ତ, ସୁନିଧୀ ଚୌହାନ(ରିଜର୍ଭ ସୁଟର), ସ୍ବେତା ସିଂହ(ରିଜର୍ଭ ସୁଟର) ।

25 ମିଟର ମହିଳା ସ୍ପୋର୍ଟ୍ସ ପିସ୍ତଲ: ରାହି ସାରନୋବାତ, ମନୁ ଭାକର, ଚିଙ୍କି ଯାଦବ(ରିଜର୍ଭ ସୁଟର), ଅଭିଦନ୍ୟା ପାଟିଲ(ରିଜର୍ଭ ସୁଟର) ।

ସ୍କିଟ ପୁରୁଷ: ଅଙ୍ଗଦବୀର ସିଂହ ବଜୱା, ମାଇରାଜ ଅହମ୍ମଦ ଖାନ, ଗୁରଜୋତ ସିଂହ ଖାଙ୍ଗୁରା(ରିଜର୍ଭ ସୁଟର), ସିରାଜ ସୈଖ(ରିଜର୍ଭ ସୁଟର) ।

10 ମିଟର ରାଇଫଲ ମିକ୍ସଡ ଟିମ: ଦିବ୍ୟାଂଶ ସିଂହ ପାନୱାର, ଇଲାଭେନିଲ ଭାଲାରିଭାନ; ଦୀପକ କୁମାର, ଅଞ୍ଜୁମ ମୌଦଗିଲ ।

10 ମିଟର ପିସ୍ତଲ ମିକ୍ସଡ ଟିମ: ସୌରଭ ଚୌଧୁରୀ, ମନୁ ଭାକର;  ଅଭିଶେକ ବର୍ମା, ଜସଶ୍ବିନୀ ସିଂହ ଦେଶୱାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2021, 6:47 AM IST

ABOUT THE AUTHOR

...view details