ଲଣ୍ଡନ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପାଇଁ ଚଳିତ ବର୍ଷର ମେଗା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଋଷିଆ ଓ ବେଲାଋସ ଖେଳାଳି ଅଂଶଗ୍ରହଣ କରିପାରିବେ ନାହିଁ । ବିଶ୍ବ ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ(Wimbledon) ବୁଧବାର ଏକ ବଡ ଘୋଷଣା କରିଥିଲା । ତେବେ ଏହି ନିଷ୍ପତିକୁ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ(Novak Djokovic) ସମାଲୋଚନା କରିଛନ୍ତି । ଜୋକଭିକ ଏହି ନିଷ୍ପତିକୁ 'crazy' ଆଶ୍ଚର୍ଯ୍ୟକର ବୋଲି କହିଛନ୍ତି । ଏଥିସହ ସେ ନିଜେ ଜଣେ ଯୁଦ୍ଧର ସନ୍ତାନ(Child Of War) ହୋଇଥିବାରୁ କେବେ ଯୁଦ୍ଧକୁ ସମର୍ଥନ କରନ୍ତି ନାହିଁ ବୋଲି କହିଛନ୍ତି ।
ଟେନିସ ସୁପରଷ୍ଟାର ଜୋକଭିକ କହିଛନ୍ତି, "ମୁଁ କଦାପି ଯୁଦ୍ଧକୁ ସମର୍ଥନ କରିବି ନାହିଁ କାରଣ ନିଜେ ଜଣେ ଯୁଦ୍ଧର ସନ୍ତାନ । ଏହାର ପରିଣାମ କେତେ ଭୟଙ୍କର ଓ ଦୁଃଖଦାୟକ ଭଲ ଭାବେ ଜଣା । ସର୍ବିୟାରେ ୧୯୯୯ରେ କ'ଣ ଘଟିଥିଲା ଆମେ ସମସ୍ତେ ଜାଣିଛୁ । ବାଲକନ୍ସରେ ନିକଟ ଅତୀତରେ ଆମେ ଏକାଧିକ ଯୁଦ୍ଧକୁ ଦେଖିଛୁ ।"
ଋଷୀୟ ଖେଳାଳିଙ୍କ ଉପରେ ବ୍ୟାନ୍ ଅର୍ଥାତ ବିଶ୍ବ ଟେନିସ ମାନ୍ୟତାର ନମ୍ବର ୨ ଖେଳାଳି ଡାନିଲ ମେଡେଭେଡେବ ଓ ବିଶ୍ବ ମାନ୍ୟତାର ୮ନମ୍ବର ଖେଳାଳି ଆଣ୍ଡ୍ରେ ରବଲେଭ ପୁରୁଷ ଡ୍ର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି ନିଷ୍ପତି ଦ୍ବାରା ମହିଳା ଟେନିସ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଆନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭା ମଧ୍ୟ ପ୍ରଭାବିତ ହେବେ ।