ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ଯନାଥ ସରକାରଙ୍କ ବଡ ନିଷ୍ପତ୍ତି । ବଦଳିବ ନୋଏଡା ସୁଟିଂ ରେଞ୍ଜର ନାମ । 'ସୁଟର ଦାଦି' ଭାବେ ପରିଚିତ ଅନ୍ତର୍ଜାତୀୟ ସୁଟର ଚନ୍ଦ୍ରୋ ତୋମାରଙ୍କ ନାମରେ ଏହି ସୁଟିଂ ରେଞ୍ଜର ନୂଆ ନାମ ରହିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଚନ୍ଦ୍ରୋ ତୋମାର 89ବର୍ଷ ବୟସରେ ଏପ୍ରିଲରେ କୋରୋନାରେ ଆକ୍ରାନ୍ତ ହେବାପରେ ପ୍ରାଣ ହରାଇଥିଲେ ।
ସୁଟର ଦାଦି ପେଷାଦାର ସୁଟିଂ 69 ବର୍ଷ ବୟସରେ ଆରମ୍ଭ କରିଥିଲେ ମାତ୍ର ଅନେକ ଜାତୀୟ ପ୍ରତିଯାଗିତାରେ ତାଙ୍କୁ ବିଜୟ ମିଳିଥିଲା । ସେ ବିଶ୍ବର ବୟୋଜ୍ୟେଷ୍ଠ ସୁଟର ଭାବେ ମଧ୍ୟ ବିବେଚିତ ହେଉଥିଲେ । ତାଙ୍କର ବୋହୁ ପ୍ରକାଶୀ ତୋମାର ବର୍ତ୍ତମାନ ଜଣେ ସୁଟର ।
ବର୍ଷ 2019ରେ ସୁଟର ଦାଦିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ 'ସାଣ୍ଢ କି ଆଙ୍ଖ୍' ରିଲିଜ ହୋଇଥିଲା । ଉତ୍ତର ପ୍ରଦେଶର ବାଗପାଟରେ ଚନ୍ଦ୍ର ତୋମାର ପରିବାର ସହ ରହୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ