ଓଡିଶା

odisha

ETV Bharat / sports

FIFA World Cup: ଅବସର ନେବେ ନାହିଁ ମେସି - ଫିଫା ବିଶ୍ବକପ

ଆର୍ଜେଣ୍ଟିନା ଫ୍ୟାନ୍ସଙ୍କୁ ଆଶ୍ବସ୍ତି । ଅବସର ନେବେ ନାହିଁ ଆର୍ଜେଣ୍ଟିନା ପାଇଁ ଆଗକୁ ଖେଳିବେ ବୋଲି ଘୋଷଣା କରିଛନ୍ତି ଲିଓନେଲ ମେସି । ଅଧିକ ପଢନ୍ତୁ

FIFA World Cup
ଅବସର ନେବେ ନାହିଁ ମେସି

By

Published : Dec 19, 2022, 9:18 AM IST

ଦୋହା:ଆର୍ଜେଣ୍ଟିନା ସମର୍ଥକଙ୍କୁ ଆଶ୍ବସ୍ତି । ଅନେକଙ୍କ ମନରେ ପ୍ରଶ୍ନ ଥିଲା ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କର ଏହା ଶେଷ ମ୍ୟାଚ । ଏ ସମସ୍ତ ପ୍ରଶ୍ନର ଉତ୍ତର ପାଇଛନ୍ତି ଆର୍ଜେଣ୍ଟିନା ଫ୍ୟାନ୍ସ । ଅବସର ନେବେ ନାହିଁ ଲିଓନେଲ ମେସି । ଚଳିତ ଫିଫା ବିଶ୍ବକପ ବିଜୟ ପରେ ଏବେ ଅବସର ନେବେ ନାହିଁ ଆର୍ଜେଣ୍ଟିନା ପାଇଁ ଆଗକୁ ଖେଳିବେ ବୋଲି ଘୋଷଣା କରିଛନ୍ତି ଲିଓନେଲ ମେସି । ଏହି ଖବର ପ୍ରସାରିତ ହେବା ପରେ ଆର୍ଜେଣ୍ଟିନାର ବିଜୟ ଖୁସି ଫ୍ୟାନ୍ସଙ୍କ ପାଇଁ ଦ୍ବିଗୁଣିତ ହୋଇଛି ।

ମେସି କହିଛନ୍ତି, ‘‘ମୁଁ ଅବସର ନେବି ନାହିଁ । ଚମ୍ପିଆନ ହିସାବରେ ଖେଳ ଜାରି ରଖିବି ।'' ଏହି କିମ୍ବଦନ୍ତୀ କହିଛନ୍ତି ସେ ଏଥର ବିଜୟୀ ହେବେ ବୋଲି ଆଗକୁ ଆଭାସ ପାଇଥିଲେ । ଆଗକୁ ସେ ଦଳ ପାଇଁ ଖେଳିବେ ବୋଲି କହିଛନ୍ତି ।

ଏହି 35 ବର୍ଷୀୟ ଖେଳାଳି ମେସିଙ୍କ ମ୍ୟାଜିକ ବିଶ୍ବକପରେ ଆର୍ଜେଣ୍ଟିନା ଯାତ୍ରାରେ ଦେଖିବାକୁ ମିଳିଛି । ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲା ଫ୍ରାନ୍ସକୁ 4-2 ପେନାଲ୍ଟି ସୁଟଆଉଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛି ମେସିଙ୍କ ଆର୍ଜେଣ୍ଟିନା । ମେସିଙ୍କ ଦଳ ବିଶ୍ବ ଚମ୍ପିଆନ ହେବା ସହ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଗୋଲ୍ଡେନ ବଲ ପୁରସ୍କାର ହାସଲ କରିଛନ୍ତି ମେସି । ମେସି ଦ୍ବିତୀୟ ଥର ଏହି ଗୋଲ୍ଡେନ ବଲ ପୁରସ୍କାର ପାଇଁ ରେକର୍ଡ ସ୍ଥାପନ କରିଛନ୍ତି । ଫ୍ରାନ୍ସର କେଲିନ ମବାପେଙ୍କ ପରେ ଦ୍ବିତୀୟ ସର୍ବାଧିକ ଗୋଲ ସ୍କୋର କରଥିବା ଖେଳାଳି ହୋଇଛନ୍ତି ମେସି ।

ତୃତୀୟ ଥର ପାଇଁ ଫିଫା ବିଶ୍ବକପ ଜିତିଛି ଆର୍ଜେଣ୍ଟିନା । ଏହା ପୂର୍ବରୁ 1986 ଓ 1978ରେ ବିଶ୍ବକପ ଚମ୍ପିଆନ ହୋଇଥିଲା । ଦୀର୍ଘ 36 ବର୍ଷ ପରେ ଦଳର ସ୍ବପ୍ନ ପୂରଣ ହୋଇଛି ।

ABOUT THE AUTHOR

...view details