ଓଡିଶା

odisha

ETV Bharat / sports

Women's World Boxing Championships: ସ୍ୱର୍ଣ୍ଣ ଜିତିଲେ ଭାରତର ନିଖତ ଜରିନ

ମହିଳା ବକ୍ସିଂ ୱାର୍ଲ୍ଡ ଚାମ୍ପିୟାନସିପରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ବକ୍ସର ନିଖତ ଜରିନ । ଅଧିକ ପଢନ୍ତୁ

By

Published : May 19, 2022, 9:34 PM IST

Updated : May 19, 2022, 10:01 PM IST

Women's World Boxing Championships: ସ୍ୱର୍ଣ୍ଣ ଜିତିଲେ ଭାରତର ନିଖତ ଜରିନ
Women's World Boxing Championships: ସ୍ୱର୍ଣ୍ଣ ଜିତିଲେ ଭାରତର ନିଖତ ଜରିନ

ନୂଆଦିଲ୍ଲୀ: ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟାନସିପରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିଲେ ବକ୍ସର ନିଖତ ଜରିନ । ତୁର୍କୀର ଇସ୍ତାନବୁଲରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଥାଇଲାଣ୍ଡର ଜିଟପଙ୍ଗ ଜୁଟାମସଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି ନିଖତ । ଭାରତୀୟ ପଞ୍ଚମ ମହିଳା ଭାବେ ସେ ଏହି ସୁବର୍ଣ୍ଣ ବିଜେତାର ଅଧିକାରିଣୀ ହୋଇପାରିଛନ୍ତି ।

ତେବେ ନିଖତଙ୍କ ପୂର୍ବରୁ ମେରି କମ, ସରିତା ଦେବୀ, ଜେନି ଆରଏଲ ଏବଂ ଲେଖା କେସି ସ୍ବର୍ଣ୍ଣ ଜିତିଥିଲେ । ଖବର ଅନୁଯାୟୀ ଫାଇନାଲ ମ୍ୟାଚରେ ପ୍ରତିଦ୍ବନ୍ଦୀ ଜିଟପଙ୍ଗ ଜୁଟାମସଙ୍କୁ 5-0 ସ୍କୋରରେ ମାତ୍ ଦେଇଛନ୍ତି ନିଖତ । 52 କେଜି ବର୍ଗରେ ଏହି ସଫଳତା ପାଇଛନ୍ତି ନିଖତ । ତେବେ ଏହି ବକ୍ସିଂ ପ୍ରତିଯୋଗୀତାରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ସହ 3ଟି ପଦକ ମିଳିଛି ।

Women's World Boxing Championships: ସ୍ୱର୍ଣ୍ଣ ଜିତିଲେ ଭାରତର ନିଖତ ଜରିନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 19, 2022, 10:01 PM IST

ABOUT THE AUTHOR

...view details