ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ମଙ୍ଗଳବାର ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ଘୋଷଣା କରିଛି । ନଭେମ୍ବର ୧୩ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ପୁରସ୍କାର ବିଜେତା ଭାରତର ରାଷ୍ଟପ୍ରତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ ।
ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ ମୋ ୧୨ଜଣ କ୍ରୀଡାବିତଙ୍କୁ ମିଳିବାକୁ ଯାଉଛି । ନୀରଜ ଚୋପ୍ରା(ଆଥଲେଟିକ୍ସ), ରବି କୁମାର(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ପିଆର ଶ୍ରୀଜେଶ(ହକି), ଅବନୀ ଲେଖାରା(ପାରା ସୁଟିଂ), ସୁମିତ ଅଣ୍ଟିଲ(ପାରା ଆଥଲେଟିକ୍ସ), ପ୍ରମୋଦ ଭଗତ(ପାରା ବ୍ୟାଡମିଣ୍ଟନ), କୃଷ୍ଣା ନାଗର(ପାରା ବ୍ୟାଡ୍ମିଣ୍ଟନ), ମନୀଷ ନରୱାଲ(ପାରା ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ) ଓ ମନପ୍ରୀତ ସିଂହ(ହକି) ।
ପିଆର ଶ୍ରୀଜେଶ ଓ ମନପ୍ରୀତଙ୍କ ବ୍ୟତୀତ, ଟୋକିଓ ୨୦୨୦ ଅଲମ୍ପିକ୍ରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମର ସମସ୍ତ ସଦସ୍ୟଙ୍କୁ ଅର୍ଜୁନ ଆୱାର୍ଡ ମିଳିବ ।
ଅର୍ଜୁନ ଆୱାର୍ଡ ଗ୍ରହଣ କରିବାକୁ ଯାଉଥିବା ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ:
- ଅରପିନ୍ଦର ସିଂହ, ସିମ୍ରନଜିତ କୌର, ଶିଖର ଧାୱନ, ଭବାନୀ ଦେବୀ, ମୋନିକା, ବନ୍ଦନା କାଟାରିୟା, ସନ୍ଦୀପ ନରୱାଲ, ବିମାନୀ ଉତ୍ତମ ପରାବ, ଅଭିଶେକ ବର୍ମା, ଅଙ୍କିତା ରାଇନା, ଦୀପକ ପୁନିଆ, ଦୀଲପ୍ରୀତ ସିଂହ, ହରମନପ୍ରୀତ ସିଂହ, ରୁପିନ୍ଦର ପାଲ୍ ସିଂହ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସୁମିତ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଗୁରଜନ୍ତ ସିଂହ, ମନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର ଉପାଧ୍ୟାୟ, ବରୁଣ କୁମାର, ସିମ୍ରନଜିତ ସିଂହ, ଯୋଗେଶ କାଥୁନିଆ, ନିସାଦ କୁମାର, ପ୍ରବୀଣ କୁମାର, ସୁହାସୟାଥିରାଜ, ସିଂହରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ ଓ ସରଦ କୁମାର ।