ଭୁବନେଶ୍ବର: ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଆୟୋଜକଙ୍କଠାରୁ ନେଇ କ୍ରୀଡାବିତ ସମସ୍ତେ ଶେଷ ପ୍ରସ୍ତୁତିରେ ବ୍ୟସ୍ତ ।
କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି ଭାରତୀୟ ଜାଭେଲିନ ଥ୍ରୋ ଷ୍ଟାର ଆଥଲେଟ ନୀରଜ ଚୋପ୍ରା । ଅଭ୍ୟାସ ସମୟର ଏକ ଭିଡିଓ ମଧ୍ୟ ନିଜ ଟ୍ବିଟର ପେଜ୍ରେ ସେୟାର କରିଛନ୍ତି ନୀରଜ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ କିଛି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ହାସଲ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ନୀରଜ ।