ଚଣ୍ଡିଗଡ:ଭାରତ ପାଇଁ ଆଥଲେଟିକ୍ସରେ ପ୍ରଥମ ଅଲମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଥିବା ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଏବେ ସାରାଦେଶରେ ଚର୍ଚ୍ଚାରେ । ଆକ୍ଟିଂ ହେଉ କିମ୍ବା ସୋସିଆଲ ମିଡିଆ ପୋଷ୍ଟ, ଲୋକେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି । ନିକଟରେ ଟ୍ବିଟରରେ ନୀରଜ ଏକ ଫଟୋ ପୋଷ୍ଟ କରିବା ସହ ଟେନସନରୁ ମୁକ୍ତି ପାଇଁ ଏକ ସହଜ ଉପାୟ କହିଛନ୍ତି । ସୋମବାର ଟ୍ବିଟରରେ ନୀରଜ ଚୋପ୍ରା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଜାଭେଲିନ ଷ୍ଟାର ଏକ ଗ୍ଳାସ ଚା' ଓ ଗୋଟିଏ ରୁଟି ପାଇଁ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହି ଫଟୋ ସହିତ କ୍ୟାପସନ୍ରେ ନୀରଜ ଲେଖିଛନ୍ତି, 'ଖାଓ ରୁଟି ପିଓ ଚାଏ' ।
ତାଙ୍କର ଏହି ପୋଷ୍ଟ ଏବେ ବେଶ୍ ଭାଇରାଲ ହେଉଛି । ଏହି ପୋଷ୍ଟକୁ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକେ ଲାଇକ୍ କରିସାରିଛନ୍ତି ଓ ୬ ହଜାରୁ ଅଧିକ ଲୋକେ ରିଟ୍ବିଟ କରିଛନ୍ତି । ନୀରଜ ଚୋପ୍ରା ଏହି ପୋଷ୍ଟରେ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି । ଏହି ପୋଷ୍ଟରେ ଅନେକ ୟୁଜର ନିଜର ମତ ରଖିଛନ୍ତି । ଚା'ରେ ରୁଟି ବୁଡାଇ ଖାଇବା ଅସଲ ଦେଶୀ ଖାଦ୍ୟ ବୋଲି ଏକାଧିକ ୟୁଜର ମତ ଦେଇଛନ୍ତି ।