ନୂଆଦିଲ୍ଲୀ: ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ମିଳିଲା ବିଦେଶ ଯାତ୍ରା ପାଇଁ ଭିସା । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ହେବାକୁ ଥିବା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନୀରଜ । ଏଥିପାଇଁ ତାଙ୍କୁ ଭିସା ମିଳିଛି ।
ପୂର୍ବରୁ ଚଳିତ ମାସରେ ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଭିସା ମିଳୁନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
କୋଭିଡ-19 ସଂପର୍କିତ ପ୍ରତିବନ୍ଧକଖେଳାଳିଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବା ରାସ୍ତାରେ କଣ୍ଟା ସାଜିଛି । ମାତ୍ର ନୀରଜ ଫ୍ରାନ୍ସ ଗସ୍ତ କରିବା ସହ ଅଲମ୍ପିକ୍ସ ପ୍ରସ୍ତୁତି କରିବାନେଇ ସ୍ପଷ୍ଟ ହୋଇଛି ।