ଓଡିଶା

odisha

ETV Bharat / sports

ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଇମଣ୍ଡ ଲିଗ୍ ଟ୍ରଫି - ଡାଇମଣ୍ଡ ଲିଗ୍ ଟ୍ରଫି

ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଅଧିକ ପଢନ୍ତୁ

Neeraj Chopra
Neeraj Chopra

By

Published : Sep 9, 2022, 8:44 AM IST

ହାଇଦ୍ରାବାଦ: ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆଉ ଏକ ବିଶ୍ବ କିର୍ତ୍ତୀମାନ । ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ । ସୁଇଜରଲ୍ୟାଣ୍ଡ ଜୁରିଚରେ ଅନୁଷ୍ଠିତ ଡାଇମଣ୍ଡ ଲିଗ ଫାଇନାଲରେ ୮୮.୪୪ ମିଟର ଜାଭେଲିନ୍ ଫିଙ୍ଗି ଟାଇଟଲ ଜିତିଛନ୍ତି । ଖରାପ ଆରମ୍ଭ ସତ୍ତ୍ବେ ଦ୍ବିତୀୟ ଉଦ୍ୟମରେ ୮୮.୪୪ ମିଟର ଫିଙ୍ଗି ଚମ୍ପିଆନ ହୋଇଛନ୍ତି ସୁନା ପୁଅ ନୀରଜ।

Neeraj Chopra

ଫାଇନାଲ ରାଉଣ୍ଡରେ ନୀରଜ 88.44 ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ନୀରଜ । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ସମକକ୍ଷ ହୋଇ ପାରିନଥିଲେ । ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା । ପରବର୍ତ୍ତୀ ପ୍ରୟାସରେ ସେ 88.44 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଏହାପରେ ସେ ଯଥାକ୍ରମେ 88.00 ମିଟର, 86.11 ମିଟର, 87.00 ଓ 83. 60 ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ । ଅଲମ୍ପିକ ରୌପ୍ୟ ପଦକ ବିଜେତା ଜାକୁବ ଭେଦଡେଜ ସର୍ବାଧିକ 86, 94 ମିଟର ଦୂର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହୋଇଥିଲେ । ଜର୍ମାନୀର ଜୁଲିଆନ ୱେବର 83.73 ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ ।

ଏହା ବି ପଢନ୍ତୁ...Hockey World Cup 2023: ପୁଲ୍‌ Dରେ ଭାରତ, ଘୋଷଣା କଲେ ନବୀନ

ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ ନୀରଜ । ତୃତୀୟ ଉଦ୍ୟମରେ 88 ମିଟର ଓ ଚତୁର୍ଥ ପ୍ରୟାସରେ 86.11 ମିଟର ଓ ପଞ୍ଚମ ଉଦ୍ୟମରେ 87 ମିଟର ଓ ଶେଷରେ 86.94 ମିଟର ଜାଭେଲିନ ଫିଙ୍ଗି ଏହି ସଫଳତା ପାଇଥିଲେ ନୀରଜ । ଏହା ପରେ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ, ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ ନୀରଜ । ବିଶ୍ବ ଚମ୍ପିଆନସିପରେ ଆହତ ପରେ ବର୍ମିଂହାମରେ ଜୁଲାଇ 28ରୁ ଅଗଷ୍ଟ 8ରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଥିଲେ । ତେବେ ସେ ସୁସ୍ଥ ହେବାପରେ ଡାଇମଣ୍ଡ ଲିଗରେ ଭାଗ ନେଇଥିଲେ । ଜବରଦସ୍ତ ପ୍ରଦର୍ଶନ କରି ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ । ପୂର୍ବରୁ 2017 ଓ 2018ରେ ଡାଇମଣ୍ଡ ଲିଗରେ ଭାଗ ନେଇ ଯଥାକ୍ରମେ ସପ୍ତମ ଓ ଚତୁର୍ଥ ସ୍ଥାନରେ ରହିଥିଲେ ।

ABOUT THE AUTHOR

...view details