ଓଡିଶା

odisha

ETV Bharat / sports

ଅର୍ଜୁନ ଆୱାର୍ଡ ନ ମିଳିବାରୁ ଖେଳ ଛାଡିବେ ଏହି ଖେଳାଳି - ଅର୍ଜୁନ ଆୱାର୍ଡ

ଅର୍ଜୁନ ଆୱାର୍ଡ ପାଇଁ ପୁନର୍ବାର ଉପେକ୍ଷିତ ହେବାପରେ, ଖେଳ ଛାଡିବେ କହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜେତା ଜୁଡୋ ଖେଳାଳି ନବଜୋତ ଚଣା ।

Navjot Chana decides not to continue Judo after Arjuna Award snub
ଅର୍ଜୁନ ଆୱାର୍ଡ ନ ମିଳିବାରୁ ଖେଳ ଛାଡିବେ ଏହି ଖେଳାଳି

By

Published : Aug 24, 2020, 5:55 PM IST

ନୂଆଦିଲ୍ଲୀ: ଅର୍ଜୁନ ଆୱାର୍ଡ ପାଇଁ ପୁନର୍ବାର ଉପେକ୍ଷିତ ହେବାପରେ, ଖେଳ ଛାଡିବେ କହିଛନ୍ତି ଜୁଡୋ ଖେଳାଳି ନବଜୋତ ଚଣା । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜେତା ରହିଛନ୍ତି ନବଜୋତ ।

ଚଳିତ ବର୍ଷ ଜାତୀୟ କ୍ରୀଡା ପୁରସ୍କାର ପାଇଁ 27 ଜଣ ଖେଳାଳିଙ୍କୁ ଅର୍ଜୁନ ଅୱାର୍ଡ ପ୍ରଦାନ କରାଯିବ । ତେବେ ଏହି ତାଲିକାରେ ଜଣେ ବି ଜୁଡୋ ଖେଳାଳି ନାହାନ୍ତି । ଜୁଡୋକୁ ଅଣଦେଖା କରାଯାଉଥିବା କହିଛନ୍ତି ନବଜୋତ । ଏଥିସହିତ ଆଗକୁ ଖେଳ ଜାରି ରଖିବେ ନାହିଁ ବୋଲି ନିରାଶ ହୋଇ କହିଛନ୍ତି ।

"2007-08 ବର୍ଷ ଠାରୁ ଅର୍ଜୁନ ଆୱାର୍ଡ ପାଇଁ ଆବେଦନ କରୁଛି । ମାତ୍ର କେଉଁଠାରେ ଅସୁବିଧା ରହୁଛି ବୁଝିପାରୁନି । ସେଥିପାଇଁ ଖେଳ ଛାଡିଦେବା ଉଚିବ ହେବ ।" କ୍ଷୋଭର ସହ ଏହା କହିଛନ୍ତି ଜୁଡୋ ଖେଳାଳି ନବଜୋତ ।

ବର୍ଷ 1992ରୁ ଜୁଡୋରେ କ୍ୟାରିୟର ଆରମ୍ଭ କରିଥିଲେ । 2017ରେ ଲସ ଆଞ୍ଜେଲିସରେ ଖେଳାଯାଇଥିବା ୱାର୍ଲ୍ଡ ପୋଲିସ ଗେମରେ ଶେଷ ଥର ପାଇଁ ଖେଳିଥିଲେ । ବର୍ଷ 2012ରେ ଶେଷ ଥର ପାଇଁ ଜୁଡୋ ଖେଳାଳିଙ୍କୁ ଅର୍ଜୁନ ଆୱାର୍ଡ ମିଳିଥିଲା । ମାତ୍ର ଜୁଡୋକୁ କ୍ରମାଗତ ଅଣଦେଖା କରାଯାଉଥିବା ସେ କହିଛନ୍ତି । "ସଫଳତା ପାଇଁ କଠିନ ପରିଶ୍ରମ କରିଛୁ ମାତ୍ର, ମନୋବଳ ବୃଦ୍ଧି କରିବା କିମ୍ବା ସମ୍ମାନିତ କରିବାକୁ କେହି ଚାହିଁନାହାନ୍ତି" ବୋଲି ସେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details