ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ତରୁଣ ପୁଷ୍କରରେ ଆରମ୍ଭ ହୋଇଯାଇଛି ଜାତୀୟ ସ୍ତରୀୟ ସ୍ବିମିଂ ଚମ୍ପିଆନସିପ୍ । ଏହା 5ଦିନ ଯାଏଁ ଚାଲିବ। ଏଥିରେ 27ଟି ରାଜ୍ୟର ପ୍ରାୟ 671 ସନ୍ତରଣକାରୀ ଅଂଶ ଗ୍ରହଣ କରିଛନ୍ତି ।
ଆରମ୍ଭ ହେଲା ଜାତୀୟ ସ୍ତରୀୟ ସ୍ବିମିଂ ଚମ୍ପିଆନସିପ୍, 671 ସନ୍ତରଣକାରୀ ଦେଖାଇବେ ପ୍ରତିଭା - ସିଇଓ ବିରେନ୍ଦ୍ର ନାନାବତୀ
ଭୋପାଳରେ ଆରମ୍ଭ ହୋଇଯାଇଛି 5ଦିନିଆ ଜାତୀୟସ୍ତରୀୟ ସ୍ବିମିଂ ଚମ୍ପିଆନସିପ୍ । ଏହି ଟୁର୍ଣ୍ଣାମେଣ୍ଟରେ 27ଟି ରାଜ୍ୟର ପ୍ରାୟ 671 ଜଣ ସନ୍ତରଣକାରୀ ଅଂଶ ଗ୍ରହଣ କରିଛନ୍ତି ।

ଡିଜାଇନ ଫଟୋ
ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ 2020 ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ଲାଗି ପଡିଛନ୍ତି ଏଠାରେ ଦକ୍ଷତା ପ୍ରଦର୍ଶିତ କରିବାକୁ ଆସିଥିବା ସନ୍ତରଣକାରୀ । ତେବେ ଏପରି ଜାତୀୟ ସ୍ତରର ଇଭେଣ୍ଟରେ ଭାରତର ଷ୍ଟାର ସ୍ବିମର ବୀରଧବଲ ଖାଡେ ଓ ଶ୍ରୀହରି ନଟରାଜନ ମଧ୍ୟ ଅଂଶଗ୍ରହଣ କରିଛନ୍ତି।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଏହି ଚମ୍ପିଆନସିପ୍କୁ ଦୃଷ୍ଟିରେ ରଖି ତରୁଣ ପୁଷ୍କରର ନବକଳେବର କରାଯାଇଛି। ଏହା ସହ ସ୍ବିମିଂ ଫେଡରେଶନ ଅଫ୍ ଇଣ୍ଡିଆର ସିଇଓ ବିରେନ୍ଦ୍ର ନାନାବତୀଙ୍କ ଅନୁସାରେ ଆସନ୍ତ ମାସରେ ବେଙ୍ଗାଲୁରୁ ଠାରେ ଆରମ୍ଭ ହେବାକୁ ଥିବା ଏସିଆନ ଏଜ ଗ୍ରୁପ ଚମ୍ପିଆନସିପ୍ରେ 35ଦେଶର ସନ୍ତରଣକାରୀ ଅଂଶଗ୍ରହଣ କରିବେ।