ହାଇଦ୍ରାବାଦ: ମେଜର ଧ୍ୟାନଚାନ୍ଦ (MajorDhyan Chand) ହକିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ସହ ଜାତୀୟ ହକି ଜଗତରେ ଦେଖାଇଥିଲେ ନିଜର ଦକ୍ଷତା । ତାଙ୍କର ଏହି ସଫଳତା ପାଇଁ ତାଙ୍କର ଜନ୍ମତିଥି ତଥା ଅଗଷ୍ଟ ୨୯କୁ 'ଜାତୀୟ କ୍ରୀଡା ଦିବସ' (National Sports Day)ଭାବେ ପାଳନ କରୁଛି ଦେଶ । ବଲିଉଡରେ ଖେଳକୁ ନେଇ ଅନେକ ସିନେମା ନିର୍ମାଣ କରାଯାଇଛି । ଆସନ୍ତୁ ନଜର ପକାଇବା କ୍ରୀ଼ଡାକୁ ନେଇ ନିର୍ମାଣ ହୋଇଥିବା କିଛି ସିନେମା ଉପରେ ।
ଲଗାନ ୨୦୧୧
ଗ୍ରାମୀଣ କ୍ରିକେଟକୁ ନେଇ ନିର୍ମାଣ ହୋଇଥିବା 'ଲଗାନ' ଫିଲ୍ମ ବେଶ ହିଟ ହୋଇଥିଲା । ଷ୍ଟୋରୀ ସହିତ ଅଭିନୟ ସବୁକଛି ଦର୍ଶକଙ୍କ ମନକୁ ବେଶ ଛୁଇଁପାରିଥିଲା । ଆଶୁତୋଷ ଗୋୱାରିକର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଅଭିନେତା ଅମିର ଖାନ ଫିଲ୍ମରେ ସହନିର୍ମାତା ଥିବା ସହିତ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଏହା ସହିତ ଗ୍ରେସୀ ସିଂହ, ରଚେଲ ଶାଲୀ ଏବଂ ପୋଲ ବ୍ଲୋକଥୋର୍ନ ଆଦି ସିନାମାରେ ନିଜର ଅଭିନୟକୁ ନିଖୁଣ ଭାବରେ ନିଭାଇଥିଲେ ଗାଁର ଚାଷୀମାନଙ୍କ ଉପରେ ରାଣୀ ଭିକ୍ଟୋରିଆଙ୍କର କଠୋର କର ନୀତିକୁ ଏହି ସିନେମାରେ ଦର୍ଶାଯାଇଛି । ଯେତେବେଳେ କୃଷକମାନେ କର କମ କରିବାକୁ କହୁଛନ୍ତି ସେତେବେଳେ ବ୍ରିଟେନ ଅଫିସର ତାଙ୍କ ପାଖରେ ଏକ ପ୍ରସ୍ତାବ ରଖୁଛନ୍ତି କି ଯଦି କ୍ରିକେଟ ମ୍ୟାଚରେ ସେମାନଙ୍କୁ ଗାଁ ଲୋକ ହରାଇ ଦେବେ ତାହେଲେ କର କମ ଦିଆଯିବ । ଏହି ଫିଲ୍ମକୁ ବହୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି ।
ଚକ ଦେ ଇଣ୍ଡିଆ ୨୦୦୭
ଏହି ଚଳଚ୍ଚିତ୍ରଟି ହକି ଉପରେ ଆଧାରିତ କରାଯାଇଥିଲା । ହକି ଉପରେ ଆଧାରିତ ଚକ ଦେ ଇଣ୍ଡିଆ ଫିଲ୍ମର ନିର୍ଦ୍ଦେଶକ ଥିଲେ ଶିମିତ ଅମିନ । ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ ନିଜର ରୋମାଣ୍ଟିକ ରୋଲରୁ ଓହରି ଏଠାରେ ଏକ ଦକ୍ଷ ପ୍ରଶିକ୍ଷକ ଭାବରେ ନିଜର ଭୂମିକା ନିଖୁଣ ଭାବରେ ଚଳଚ୍ଚିତ୍ରରେ ଦର୍ଶାଇଛନ୍ତି । ଯାହାର ଲକ୍ଷ୍ୟ ରହିଥିଲା ନିଜ ହକି ଟିମକୁ ବିଶ୍ବ କପର ଭେଟି ଦେବା ।