ଓଡିଶା

odisha

ETV Bharat / sports

29 ଅଗଷ୍ଟରେ ଅନଲାଇନ ଆୟୋଜିତ ହେବ ଜାତୀୟ କ୍ରୀଡା ପୁରସ୍କାର ସମାରୋହ

କୋରାନା ମହାମାରୀ କାରଣରୁ ପ୍ରଥମ ଥର ପାଇଁ ଅନଲାଇନ ଆୟୋଜନ ହେବ ଜାତୀୟ କ୍ରୀଡା ପୁରସ୍କାର ସମାରୋହ ।

sports
sports

By

Published : Aug 18, 2020, 12:35 PM IST

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜାତୀୟ କ୍ରୀଡା ସମାରୋହ କୋରୋନା ଭାଇରସ କାରଣରୁ ଅନଲାଇନ ଆୟୋଜନ ହେବ । ସମସ୍ତ ବିଜେତା ନିଜ ନିଜ ସ୍ଥାନରୁ 29 ଅଗଷ୍ଟ ଦିନ ଲଗ୍ଇନ ଆସିବେ । ଜାତୀୟ କ୍ରୀଡା ପୁରସ୍କାର କ୍ରୀଡା ଦିବସ ଦିନ 29 ଅଗଷ୍ଟରେ ଦିଆଯାଏ । ସେହି ଦିନ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଚଳିତବର୍ଷ ଏହି ପୁରସ୍କାର ସମାରୋହ ଅନଲାଇନ ହେବ । ସରକାରଙ୍କ ନିର୍ଦ୍ଦେଶଅନୁସାରେ ସମାରୋହ ଦିନ ସକାଳେ ବିଜେତାଙ୍କ ନାଁ ଘୋଷଣା କରାଯିବ ।

ତେବେ ଗତବର୍ଷ ଅଣଦେଖାର ଶୀକାର ହୋଇଥିବା ସୁଟର ଜସପାଲ ରାଣାଙ୍କ ନାଁ କ୍ରୀଡୀ ମନ୍ତ୍ରଣାଳୟ ଦ୍ବାରା ଗଠିତ ଚୟନ ସମିତି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । 13ଜଣ କୋଚଙ୍କ ନାଁ ସୁପାରିଶ କରାଯାଇଛି । ଏସିଆଡ ଗେମରେ ସ୍ବର୍ଣ୍ଣ ବିଜେତା ମନୁ ଭାକର, ସୌରଭ ଚୌଧରୀ ଓ ଅନିଶା ଭାନଓ୍ବାଲା ଭଳି ବିଶ୍ବସ୍ତରୀୟ ସୁଟରଙ୍କୁ ଆଗକୁ ଆଣିଛନ୍ତି ରାଣା । ରାଣାଙ୍କ ବ୍ୟତୀତ ହକି କୋଚ ରମେଶ ପଠାନିୟା, ଜୁଡ ଫେଲିକ୍ସସ ଓ ଓ୍ବୁସୁ କୋଚ କୁଳଦୀପ ପଠାନିୟଙ୍କ ନାଁ ମଧ୍ୟ ପଠାଯାଇଛି । ସେହିପରି ଧ୍ୟାନଚାନ୍ଦ ପୁରସ୍କାର ପାଇଁ 15ଜଣଙ୍କ ନାଁ ପଠାଯାଇଛି ।

ABOUT THE AUTHOR

...view details