ନୂଆଦିଲ୍ଲୀ: କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡା ସମ୍ମାନ ଆବେଦନର ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜୁନ 22 ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯାଇଛି । ଏଥିସହିତ ବ୍ୟକ୍ତିଗତ ସ୍ତରରେ କ୍ରୀଡାବିତ ପୁରସ୍କାର ପାଇଁ ମନୋନୟନ ପତ୍ର ଦାଖଲ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।
ବୁଧବାର କ୍ରୀଡା ସମ୍ମାନ ଆବେଦନର ଶେଷ ତାରିଖ ରହିଥିଲା । ତେବେ କୋରୋନା ଭାଇରସ ଲକଡାଉନ କାରଣରୁ ଏକାଧିକ ଫେଡେରେସନ ଖେଳାଳିଙ୍କ ନାମ ସୁପାରିଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।