ଓଡିଶା

odisha

By

Published : Mar 26, 2021, 9:25 PM IST

ETV Bharat / sports

ପୁଣି କୋରୋନା କାୟା, ରାଷ୍ଟ୍ରୀୟ ସୁଟିଂ ଚାମ୍ପିଅନସିପ ସ୍ଥଗିତ

ଏପ୍ରିଲ ମାସରେ ହେବାକୁ ଥିବା ରାଷ୍ଟ୍ରୀୟ ସୁଟିଂ ଚାମ୍ପିଅନସିପକୁ ସ୍ଥଗିତ କରି ଦିଆଯାଇଛି। କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ଜାତୀୟ ରାଇଫଲ ସଂଘ। ଅଧିକ ପଢ଼ନ୍ତୁ...

ପୁଣି କୋରୋନା କାୟା, ରାଷ୍ଟ୍ରୀୟ ସୁଟିଂ ଚାମ୍ପିୟନସିପ ସ୍ଥଗିତ
ପୁଣି କୋରୋନା କାୟା, ରାଷ୍ଟ୍ରୀୟ ସୁଟିଂ ଚାମ୍ପିୟନସିପ ସ୍ଥଗିତ

ନୂଆଦିଲ୍ଲୀ:ଏପ୍ରିଲ ମାସରେ ହେବାକୁ ଥିବା ରାଷ୍ଟ୍ରୀୟ ସୁଟିଂ ଚାମ୍ପିଅନସିପକୁ ସ୍ଥଗିତ କରି ଦିଆଯାଇଛି। କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ଜାତୀୟ ରାଇଫଲ ସଂଘ। ଏହାକୁ ନେଇ ଶୁକ୍ରବାର ଜାତୀୟ ରାଇଫଲ ସଂଘ ପକ୍ଷରୁ ବିଦ୍ଧିବଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ଏପ୍ରିଲ ମାସରେ ହେବାକୁ ଥିବା 64ତମ ରାଷ୍ଟ୍ରୀୟ ସୁଟିଂ ଚାମ୍ପିଅନସିପରେ ରାଇଫଲ, ପିସ୍ତଲ ଓ ସଟଗନ ଇଭେଣ୍ଟ ଦେଖିବାକୁ ମିଳି ପାରିଥାନ୍ତା। ସମସ୍ତ ରାଇଫଲ ଇଭେଣ୍ଟ ଭୋପାଳରେ ଆୟୋଜନ କରିବାକୁ ଯୋଜନା ରହିଥିଲା। ସେହିଭଳି ସଟଗନ ଇଭେଣ୍ଟ ଦିଲ୍ଲୀର କର୍ଣ୍ଣିଂ ସିଂହ ସୁଟିଂ ରେଞ୍ଜରେ ଆୟୋଜନ କରିବାକୁ ଯୋଜନା ରଖାଯାଇଥିଲା। ତେବେ ଟୋକିଓ ଅଲିମ୍ପିକ୍ସ ପରେ ହିଁ ଏହି ଚାମ୍ପିୟନସିପ ହେବା ନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଏହାପୂର୍ବରୁ ଜାତୀୟ ରାଇଫଲ ସଂଘ ପକ୍ଷରୁ ସମସ୍ତ ରାଜ୍ୟକୁ ସର୍କୁଲାର ଜାରି କରି ଚାମ୍ପିଅନସିପକୁ ଫେବ୍ରୁଆରୀ ମାସରେ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏହାକୁ ନେଇ କେତେକ ରାଜ୍ୟ ଅସହମତି ପ୍ରକାଶ କରିଥିଲେ। କୋରୋନା ମହାମାରୀ ଯୋଗୁଁ ତାମିଲନାଡୁ଼ରେ ହେବାକୁ ଥିବା ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାକୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details