ଓଡିଶା

odisha

By

Published : Jul 17, 2020, 3:05 PM IST

ETV Bharat / sports

ଅଗଷ୍ଟ ପହିଲାରୁ ଆରମ୍ଭ ନ୍ୟାସନାଲ ସୁଟିଂ କ୍ୟାମ୍ପ

ଅଗଷ୍ଟ ପହିଲାରୁ ଆରମ୍ଭହେବ ନ୍ୟାସନାଲ ସୁଟିଂ କ୍ୟାମ୍ପ । ଏନେଇ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ (NRAI) ପକ୍ଷରୁ ଘୋଷଣା କରାଯାଇଛି ।

National shooting camp to resume from 1 August : NRAI
ଅଗଷ୍ଟ ପହିଲାରୁ ଆରମ୍ଭ ନ୍ୟାସନାଲ ସୁଟିଂ କ୍ୟାମ୍ପ

ନୂଆଦିଲ୍ଲୀ: ଅଗଷ୍ଟ ପହିଲାରୁ ଆରମ୍ଭହେବ ନ୍ୟାସନାଲ ସୁଟିଂ କ୍ୟାମ୍ପ । ଏନେଇ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ (NRAI) ପକ୍ଷରୁ ଘୋଷଣା କରାଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ଅଲମ୍ପିକ ପ୍ରସ୍ତୁତି ଚଳାଉଥିବା ସୁଟରଙ୍କୁ ନେଇ ଡକ୍ଟର କରଣି ସିଂ ସୁଟିଂ ରେଞ୍ଜ, ତଘଲାକବାଦରେ ଅଗଷ୍ଟ ପହିଲାରୁ କ୍ୟାମ୍ପ ଆରମ୍ଭ ହେବ ।

କୋରୋନା ଭାଇରସ ଓ ପ୍ରସ୍ତୁତି ସ୍ଥିତି ଅନୁଧ୍ୟାନ ପରେ, ସୁଟିଂ ରେଞ୍ଜ ଦେଶର ପ୍ରମୁଖ ସୁଟରଙ୍କ ପାଇଁ ଜୁଲାଇ 8ରୁ ଖୋଲାଯାଇଛି । ତେବେ ସମସ୍ତ 34ଜଣ ସୁଟରଙ୍କ ଅଭ୍ୟାସ ଆରମ୍ଭ ପାଇଁ ସମୟ ଲାଗିବ ବୋଲି ରାଇଫଲ ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଖେଳାଳି ଓ କୋଚଙ୍କର ସ୍ବାସ୍ଥ୍ୟ ଓ ସୁରକ୍ଷା ସର୍ବୋପରି । ନ୍ୟାସନାଲ ସୁଟିଂ ଇଭେଣ୍ଟ କାର୍ଯ୍ୟକଳାପ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ସହ ଅଭ୍ୟାସ ଆରମ୍ଭ ପାଇଁ କ୍ୟାମ୍ପସ ଖୋଲା ଯାଇଛି । ଏକ ଘୋଷଣାନାମାରେ ଏହା କହିଛନ୍ତି NRAI ସଭାପତି ରନିନ୍ଦର ସିଂହ ।

ସୁଟିଂ ରେଞ୍ଜ ଫରିଦାବାଦ ନିକଟରେ ଥିବା ମାନଭ ରଚନା ୟୁନିଭରସିଟି କ୍ୟାମ୍ପସରେ ଖେଳାଳି, କୋଚ ଓ କୋଚିଂ ଷ୍ଟାଫଙ୍କ ରହିବା ବ୍ୟବସ୍ଥା କରାଯାଇଛି ।

ହାଇ ପରଫରମାନ୍ସ ମ୍ୟାନେଜର ରୋନକ ପଣ୍ଡିତଙ୍କୁ ସ୍ବଚ୍ଛ ଓ ମେଡିକାଲ କଟକଣାର ପାଳନ ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଅଭ୍ୟାସ ସମୟରେ ସମସ୍ତ ପ୍ରକାର କୋଭିଡ-19 ଗାଇଡଲାଇନର ସଠିକ ପାଳନ କରିବାକୁ ହେବ ବୋଲି ନିୟମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details