ଓଡିଶା

odisha

National Games 2022: ରୌପ୍ୟ ଜିତିଲା ଓଡିଶା ମହିଳା ଫୁଟବଲ ଦଳ

By

Published : Oct 11, 2022, 8:49 AM IST

ଗୁଜୁରାଟରେ ଚାଲିଥିବା 36ତମ ଜାତୀୟ କ୍ରୀଡାରେ ଫାଇନାଲରେ ପ୍ରବେଶ କରିଥିବା ଓଡିଶା ମହିଳା ପୁଟବଲ ଦଳ ରୌପ୍ୟ ପଦକ ହାସଲ କରିଛି । ଅଧିକ ପଢନ୍ତୁ

National Games 2022
ରୌପ୍ୟ ଜିତିଲା ଓଡିଶା ମହିଳା ଫୁଟବଳ ଦଳ

ଭୁବନେଶ୍ବର:ଗୁଜୁରାଟ ଅହମ୍ମଦାବାଦରେ ଚାଲିଥିବା 36ତମ ଜାତୀୟ କ୍ରୀଡାରେ ଓଡିଶାର ଭଲ ପ୍ରଦର୍ଶନ ରହିଛି । ଫୁଟବଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଥିବା ମହିଳା ପୁଟବଲ ଦଳ ରୌପ୍ୟ ପଦକ ଜିତିଛି । ଫାଇନାଲ ମୁକାବିଲାରେ ମଣିପୁରଠୁ 2-0ରେ ପରାସ୍ତ ହୋଇ ଦଳ ରୌପ୍ୟ ଜିତିଛି ।

ମ୍ୟାଚର 10ମିନିଟରେ ମଣିପୁର ପକ୍ଷରୁ ବାଲାଦେବୀ ପ୍ରଥମ ଗୋଲ କରିଥିଲେ। 37ତମ ମିନିଟରେ ରତ୍ନବାଳା ଦେବୀ ଦ୍ବିତୀୟ ଗୋଲ ଦେଶ ଦଳକୁ 2-0ରେ ଆଗୁଆ କରିଥିଲେ । ଓଡିଶା ଗୋଟିଏ ବି ଗୋଲ ପରିଶୋଧ କରି ପାରିନଥିଲା । ପ୍ରଥମାର୍ଦ୍ଧ ଖେଳ ସମ୍ପୂର୍ଣ୍ଣ ମଣିପାରୁ କବଜାରେ ରହିଥିଲା । ଦ୍ବିତୀୟାର୍ଦ୍ଧରେ ଓଡିଶାର ଖେଳାଳିମାନେ କମବ୍ୟାକ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଦ୍ବିତୀୟାର୍ଦ୍ଧରେ ଦୁଇଦଳ ଗୋଲ ପକ୍ଷରୁ ଗୋଲ ହୋଇନଥିଲା ।

ଫଳରେ ମ୍ୟାଚକୁ 2-0ରେ ଜିତି ନେଇଥିଲା ମଣିପୁର । ଫାଇନାଲରେ ପରାସ୍ତ ସହ ରୌପ୍ୟ ଜିତି ସନ୍ତୁଷ୍ଟ ଓଡିଶା ମହିଳା ଫୁଲଟଲ ଦଳ । ଫାଇନାଲ ମ୍ୟାଚ ଜିତି ସ୍ବର୍ଣ୍ଣ ଜିତିଛି ମଣିପୁର । ସେପଟେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ଆସାମକୁ 5-1 ଗୋଲରେ ହରାଇ କାଂସ୍ୟ ପଦକ ଜିତିଛି ତାମିଲନାଡୁ ।

ଏହା ବି ପଢନ୍ତୁ...ଆଜିଠୁ କଳିଙ୍ଗରେ ମହିଳା ଫୁଟବଲ ବିଶ୍ବକପ

ପ୍ରକାଶ ଥାଉ କି, କ୍ବାର୍ଟରରେ ଗୁଜୁରାଟକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲା ଓଡିଶା । 11-0 ଗୋଲରେ ଗୁଜରାଟକୁ ହରାଇଥିଲା । ପ୍ରଥମାର୍ଦ୍ଧରେ 7ଟି ଓ ଦ୍ବିତୀୟର୍ଦ୍ଧରେ 4ଟି ଗୋଲ କରିଥିଲା ଓଡିଶା । ସେମିଫାଇନାଲରେ ପେନାଲ୍ଟି ସୁଟଆଉଟରେ ଓଡିଶା 3-0 ଗୋଲରେ ତାମିଲନାଡୁକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । 39 ତମ ଜାତୀୟ କ୍ରୀଡାରେ ଓଡିଶାର ମୋଟ ପଦକ ସଂଖ୍ୟା 23ରେ ପହଞ୍ଚିଛି । ସେଥିରୁ 4ଟି ସ୍ବର୍ଣ୍ଣ, 7ଟି ରୌପ୍ୟ ଓ 11ଟି ବ୍ରୋଞ୍ଜ ପଦକ ରହିଛି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details