ନୂଆଦିଲ୍ଲୀ: ଜାତୀୟ ଓପନ ଆଥଲେଟିକ ଚମ୍ପିଆନସିପ ସେପ୍ଟେମ୍ବର ପରିବର୍ତ୍ତେ ଅକ୍ଟୋବରରେ ଆୟୋଜିତ ହେବ । କୋରୋନା ସଂକ୍ରମଣକୁ ଦେଖି ମାସକ ପାଇଁ ଏହି ଜାତୀୟ ଚମ୍ପିଆନସିପକୁ ସ୍ଥଗିତ କରାଯାଇଛି ।
ଜାତୀୟ ଓପନ ଆଥଲେଟିକ ଚମ୍ପିଆନସିପ ଅକ୍ଟୋବର ଯାଏଁ ସ୍ଥଗିତ - ଏଏଫଆଇ
ଜାତୀୟ ଓପନ ଆଥଲେଟିକ ଚମ୍ପିଆନସିପ ସେପ୍ଟେମ୍ବର ପରିବର୍ତ୍ତେ ଅକ୍ଟୋବରରେ ଆୟୋଜିତ ହେବ । କୋରୋନା ସଂକ୍ରମଣକୁ ଦେଖି ମାସକ ପାଇଁ ଏହି ଜାତୀୟ ଚମ୍ପିଆନସିପକୁ ସ୍ଥଗିତ କରାଯାଇଛି ।
ଜାତୀୟ ଓପନ ଆଥଲେଟିକ ଚମ୍ପିଆନସିପ ଅକ୍ଟୋବର ଯାଏଁ ସ୍ଥଗିତ
ସୂଚନାଥାଉକି, ଏହି ଚମ୍ପିଆନସିପ 20ରୁ 24 ସେପ୍ଟେମ୍ବର ଯାଏଁ ଆୟୋଜିତ ହୋଇଥାନ୍ତା । ଏଥିସହ 5 ଅକ୍ଟୋବରରୁ 9 ଅକ୍ଟୋବର ଯାଏଁ ହେବାକୁ ଥିବା ଫେଡରେସନ କପକୁ ବି ସ୍ଥଗିତ କରାଯାଇଛି ।
ଏଏଫଆଇ ଅଧ୍ୟକ୍ଷ ଆଦିଲ ସୁମରିଓ୍ବାଲା କହିଛନ୍ତି ଯେ, କୋଚଙ୍କୁ ଖେଳାଳିଙ୍କ ପାଇଁ ନୂଆ ସିଡ୍ୟୁଲ ଜାରି କରିବା କଥା । ଆଶା ଅଛି ଅକ୍ଚୋବରର ଶେଷ ଆଡକୁ କିମ୍ବା ନଭେମ୍ବର ଆରମ୍ଭ ବେଳକୁ ପ୍ରତିଯୋଗିତା ଆରମ୍ଭ କରିପାରିବା । ଆମେ ବର୍ତ୍ତମାନ ସ୍ଥିତିରେ ପ୍ରତିଯୋଗିତା ଆରମ୍ଭ କରିବା ଠିକ ହେବ ନାହିଁ ।