ହାଇଦ୍ରାବାଦ: ଭାରତୀୟ ଅଲିମ୍ପିକ ସଂଘର ସଭାପତି ପଦରୁ ଇସ୍ତଫା ଦେଲେ ନରିନ୍ଦର ଧ୍ରୁବ ବାତ୍ରା । ଅନ୍ତର୍ଜାତୀୟ ହକି ଫେଡେରେସନ ସଭାପତି ଦାୟିତ୍ବରେ ରହିଛନ୍ତି ନରିନ୍ଦରେ । ଏହି ଦାୟିତ୍ବ ପ୍ରତି ଅଧିକ ଧ୍ୟାନ ଦେବାକୁ ସେ ଭାରତୀୟ ଅଲିମ୍ପିକ ସଂଘର ସଭାପତି ପଦ କାର୍ଯ୍ୟକାଳ ଆଗକୁ ଜାରି ରଖିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।
ଭାରତୀୟ ଅଲିମ୍ପିକ ସଂଘର ସଭାପତି ପଦରୁ ନରିନ୍ଦର ବାତ୍ରାଙ୍କ ଇସ୍ତଫା ! - ନରିନ୍ଦର ବାତ୍ରାଙ୍କ ଇସ୍ତଫା
ଭାରତୀୟ ଅଲିମ୍ପିକ ସଂଘର ସଭାପତି ପଦରୁ ଇସ୍ତଫା ଦେଲେ ନରିନ୍ଦର ଧ୍ରୁବ ବାତ୍ରା । ଅନ୍ତର୍ଜାତୀୟ ହକି ଫେଡେରେସନ ସଭାପତି ଦାୟିତ୍ବରେ ରହିଛନ୍ତି ନରିନ୍ଦରେ । ଅଧିକ ପଢ଼ନ୍ତୁ
ଏହାକୁ ନେଇ ବାତ୍ରା କହିଛନ୍ତି ଯେ, "ବର୍ତ୍ତମାନ ସମୟରେ ବିଶ୍ବ ହକି ଏକ ଅତି ଜରୁରୀ ଉନ୍ନତି ପଥରେ ରହିଛି । ଏଥିପାଇଁ ହକିକୁ ଅଧିକ ପ୍ରମୋଟ କରିବାର ଆବଶ୍ୟକତା ରହିଛି । ଚଳିତ ବର୍ଷ ନୂଆ ପ୍ରତିଯୋଗିତା ଆରମ୍ଭ କରିବା ନେଇ ଯୋଜନା କରାଯାଉଛି । FIH ହକି ନେସନ୍ସ୍ କପ୍, ଫ୍ୟାନ ଏଙ୍ଗେଜମେଣ୍ଟ ପ୍ଲାଟଫର୍ମ ଓ ଅନ୍ୟାନ ଅଭିଯାନର ଶୁଭାରମ୍ଭ କରିବାକୁ ଯୋଜନା ରହିଛି । ଏଥିପାଇଁ ଅଧିକ ସମୟ ଅନ୍ତର୍ଜାତୀୟ ହକି ଫେଡେରେସନକୁ ଦେବା ଜରୁରୀ ।"
ଏଥିପାଇଁ ବର୍ତ୍ତମାନ ସମୟରେ ସେ ଭାରତୀୟ ଅଲିମ୍ପିକ ସଂଘର ସଭାପତି ପଦ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ୨୦୧୭ ମସିହାରୁ ଭାରତୀୟ ଅଲିମ୍ପିକ ସଂଘର ସଭାପତି ପଦ ଦାୟିତ୍ବରେ ରହିଥିଲେ ନରିନ୍ଦର ଧ୍ରୁବ ବାତ୍ରା । ଏହାଛଡ଼ା ଗତ ଏପ୍ରିଲ ମାସରେ ହକି ଇଣ୍ଡିଆର କିଛି ଅଧିକାରୀ ସିବିଆଇ ନିକଟରେ ନରିନ୍ଦର ବାତ୍ରାଙ୍କ ବିରୋଧ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।