ଓଡିଶା

odisha

ETV Bharat / sports

French Open: ବିଜୟ ସହ ବିରୋଧୀଙ୍କ ହୃଦୟ ଜିତିଲେ ନାଦାଲ, ସଚିନ ଓ ଶାସ୍ତ୍ରୀଙ୍କ ପ୍ରଶଂସା - ରାଫେଲ ନାଦାଲ ଟେନିସ ଖେଳାଳି

ନିଜ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ପ୍ରତି ରାଫେଲ ନାଦାଲଙ୍କ ଖେଳ ଭାବନା ଓ ଉଚ୍ଚକୋଟୀର ସମ୍ମାନକୁ ବିଶ୍ବବ୍ୟାପୀ ପ୍ରଶଂସା । ସେମିଫାଇନାଲ ମୁକାବିଲା ଜର୍ମାନୀର ଆଲେକଜାଣ୍ଡର ଜ୍ବରେବ ଓ ନାଦାଲଙ୍କ ମଧ୍ୟରେ ଖେଳାଯାଇଥିଲା । ତେବେ ମ୍ୟାଚ୍‌ ସମୟରେ ନାଦାଲଙ୍କ ସେମିଫାଇନାଲ ପ୍ରତିନ୍ଦ୍ବନ୍ଦ୍ବୀ ଜ୍ବରେବ ଗମ୍ଭୀର ଭାବେ ଆହତ ହୋଇଯିବାରୁ ହ୍ବିଲଚେୟାରରେ କୋର୍ଟ ଛାଡି ଯିବାକୁ ପଡିଥିଲା । ଅଧିକ ପଢନ୍ତୁ

rafael nadal kindness
French Open: ବିଜୟ ସହ ବିରୋଧୀଙ୍କ ହୃଦୟ ଜିତିଲେ ନାଦାଲ, ସଚିନ ଓ ଶାସ୍ତ୍ରୀଙ୍କ ପ୍ରଶଂସା

By

Published : Jun 4, 2022, 5:55 PM IST

ମୁମ୍ବାଇ: ରାଫେଲ ନାଦାଲ, ବିଶ୍ବ ଟେନିସ ଜଗତର ଏକ ପରିଚିତ ନାମ । ଟେନିସ କୋର୍ଟରେ ନିଜର ପ୍ରତିନ୍ଦ୍ବନ୍ଦ୍ବୀଙ୍କ ପାଇଁ ସେ ପାଲଟିଯାଆନ୍ତି ପରାଜୟର କାରଣ । ନିଜର ୧୪ତମ ଫ୍ରେଞ୍ଚ୍‌ ଓପନ ଟାଇଟେଲ ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ଥିବା ନାଦାଲ (Rafael Nadal), ବିଶ୍ବରେ ଥିବା ଅଗଣିତ ଫ୍ରେଞ୍ଚ୍‌ ଓପନ ୨୦୨୨ର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମ୍ୟାଚ୍‌ରେ ଏପରି କିଛି କରିଛନ୍ତି ଭେଟେରାନ ନାଦାଲ, ଯାହାକୁ ନେଇ ବିଶ୍ବବ୍ୟାପୀ ତାଙ୍କୁ ପ୍ରଶଂସା କରାଯାଉଛି । ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ସ୍ପେନର ଏହି ଟେନିସ ସୁପରଷ୍ଟାର ରାଫେଲ ନାଦାଲଙ୍କୁ ପ୍ରଶଂସାରେ ଶତମୁଖ ହୋଇଛନ୍ତି । କେବଳ ସଚିନ ନୁହଁନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ନାଦାଲଙ୍କୁ ପ୍ରଶଂସା କରିଛନ୍ତି ।

କ'ଣ ଥିଲା ଘଟଣା ?

ସେମିଫାଇନାଲ ମୁକାବିଲା ଜର୍ମାନୀର ଆଲେକଜାଣ୍ଡର ଜ୍ବରେବ ଓ ରାଫେଲ ନାଦାଲଙ୍କ ମଧ୍ୟରେ ଖେଳାଯାଇଥିଲା । ତେବେ ମ୍ୟାଚ୍‌ ସମୟରେ ନାଦାଲଙ୍କ ସେମିଫାଇନାଲ ପ୍ରତିନ୍ଦ୍ବନ୍ଦ୍ବୀ ଜ୍ବରେବ ଗମ୍ଭୀର ଭାବେ ଆହତ ହୋଇଯିବାରୁ ହ୍ବିଲଚେୟାରରେ କୋର୍ଟ ଛାଡି ଯିବାକୁ ପଡିଥିଲା । ସେତେବେଳକୁ ଜ୍ବରେବ ୭-୬(୮), ୬-୬ରେ ପଛୁଆ ରହିଥିଲେ ।

ତେବେ ଜ୍ବରେବ ଆହତ ହୋଇ ତଳେ ପଡିଯିବାପରେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ପରେ ସଙ୍ଗେସଙ୍ଗେ ନାଦାଲ ଜ୍ବରେବଙ୍କ ପାଖରେ ପହଞ୍ଚିଥିଲେ । ନାଦାଲ ଫିଜିଓଙ୍କ ସହ ମିଶି ଜ୍ବରେବଙ୍କୁ ହ୍ବିଲଚେୟାରକୁ ନେବାକୁ ସହାୟତା କରିଥିଲେ । ଏହାପରେ ଔପଚାରିକତା ଦୃଷ୍ଟିରୁ ବିଶ୍ବର ନମ୍ବର ୩ ଖେଳାଳି ଅମ୍ପାୟାରଙ୍କ ସହ ହାତ ମିଶାଇବାକୁ କୋର୍ଟକୁ ଆସିଥିଲେ ।

ବହୁସଂଖ୍ୟାରେ ଉପସ୍ଥିତ ଥିବା ଦର୍ଶକ ତାଳିମାରି ଜ୍ବରେବଙ୍କୁ ସ୍ବାଗତ କରିଥିଲେ ଓ ସେ ନାଦାଲଙ୍କୁ ମଧ୍ୟ କୋଳେଇବା ସହ ଧନ୍ୟବାଦ ଜଣାଇଥିଲେ । ନିଜ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ପ୍ରତି ନାଦାଲଙ୍କ ଖେଳ ଭାବନା ଓ ସମ୍ମାନ ଉଚ୍ଚକୋଟୀର ରହିଥିଲା । ଏହାକୁ ବିଶ୍ବବ୍ୟାପୀ କ୍ରୀଡାପ୍ରେମୀମାନେ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details