ଭୁବନେଶ୍ବର: ଓଡିଶା କ୍ରୀଡା ଜଗତ ପାଇଁ ଦୁଖଃଦ ଖବର । ଡୋପିଙ୍ଗ୍ ଟେଷ୍ଟରେ ଫେଲ ହୋଇଛନ୍ତି ଓଡିଆ ଆଥଲେଟ୍ କେ. ରବିକୁମାର । 2010 କମନୱେଲ୍ଥ ଗେମର ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲମ୍ପିକ୍ ପ୍ରତିଯୋଗୀ ହେଉଛନ୍ତି ଓଡିଆ ଭାରୋତ୍ତଳନକାରୀ କେ. ରବିକୁମାର ।
ନାଡା(ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନସି) ଦ୍ବାରା ହୋଇଥିବା ପରୀକ୍ଷାରେ ତାଙ୍କର ଏ-ସାମ୍ପୁଲ ପଜିଟିଭ ଆସିଥିଲା । ତେଣୁ ତାଙ୍କୁ ଇଣ୍ଡିଆନ ଓ୍ବେଟଲିଫ୍ଟିଂ ପେଡରେସନ(ଡବ୍ଲୁଆଇଏଫ) ପକ୍ଷରୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି ।