ଓଡିଶା

odisha

ETV Bharat / sports

ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ଅଭିମନ୍ୟୁଙ୍କ ଲକ୍ଷ୍ୟ 'ବିଶ୍ବ ଚମ୍ପିଆନ' - ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର

ବିଶ୍ବ ଚମ୍ପିଆନ ବନିବା ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଛନ୍ତି, ନିକଟରେ ବିଶ୍ବର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଥିବା ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ର । ଅଧିକ ପଢନ୍ତୁ...

My ultimate goal is to become world champion, says Youngest Grandmaster Abhimanyu Mishra
ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ଅଭିମନ୍ୟୁଙ୍କ ଲକ୍ଷ୍ୟ 'ବିଶ୍ବ ଚମ୍ପିଆନ'

By

Published : Jul 4, 2021, 6:34 PM IST

ନୂଆଦିଲ୍ଲୀ:ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ର ନିକଟରେ ବିଶ୍ବର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି । ନିକଟରେ ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଗ୍ରାଣ୍ଡମାଷ୍ଟର ନର୍ମ ପୂରଣ କରିବା ସହ ସେ ଏହି କୃତିତ୍ବ ଅର୍ଜନ କରିଛନ୍ତି । ତେବେ ପରବର୍ତ୍ତୀ ଲକ୍ଷ୍ୟ ବିଶ୍ବ ଚମ୍ପିଆନ ବନିବା ବୋଲି କହିଛନ୍ତି ଅଭିମନ୍ୟୁ ।

12 ବର୍ଷୀୟ ଅଭିମନ୍ୟୁ ଜାଣନ୍ତି ଏହା ଏକ ଲମ୍ବା ଯାତ୍ରା । ତେବେ ଆସନ୍ତା 3 ବର୍ଷ ମଧ୍ୟରେ ସୁପର ଗ୍ରାଣ୍ଡମାଷ୍ଟର ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ ।

ସେ କହିଛନ୍ତି, "ମୋର ପ୍ରମୁଖ ଲକ୍ଷ୍ୟ ବିଶ୍ବ ଚମ୍ପିଆନ ହେବା ତେବେ ପରବର୍ତ୍ତୀ ଲକ୍ଷ୍ୟ ହେଉଛି 15 ବର୍ଷ ବୟସ ପୂର୍ବରୁ ସୁପର ଗ୍ରାଣ୍ଡମାଷ୍ଟର ବନିବା ।"

ମାତ୍ର ଅଢେଇବର୍ଷ ବୟସର ଥିବାବେଳେ ଚେସ୍‌ ଖେଳିବା ଆରମ୍ଭ କରିଥିବା ଅଭିମନ୍ୟୁ ମାଗନସ କାର୍ଲସେନଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି । ପିତାମାତାଙ୍କ ସମର୍ଥନ ଓ ସମସ୍ତ ପ୍ରକାର ସହଯୋଗ ରହିଛି । ସେମାନଙ୍କ ବିନା ସହଯୋଗ ଏଯାଏଁ ପହଞ୍ଚିବା ଆଦୌ ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details