ହାଇଦ୍ରାବାଦ:ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍ସିପ୍ (World Athletics Championships 2022)ର ଲଙ୍ଗ୍ ଜମ୍ପ୍ ଇଭେଣ୍ଟର ଫାଇନାଲ୍ ରାଉଣ୍ଡରେ ମୁରଲୀ ଶ୍ରୀଶଙ୍କର ସପ୍ତମ ସ୍ଥାନରେ ରହିଛନ୍ତି । ଫାଇନାଲ ରାଉଣ୍ଡରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ 7.96 ମିଟର ରହିଥିଲା । ଏହା ତାଙ୍କର ପ୍ରଥମ ପ୍ରୟାସ ରହିଥିଲା । ଦ୍ବିତୀୟ ପ୍ରୟାସରେ ସେ 7.89 ମିଟର ଏବଂ ତୃତୀୟ ପ୍ରୟାସରେ ସେ 7.83 ମିଟର ଲଙ୍ଗ୍ ଜମ୍ପ୍ ମାରିଥିଲେ । ପ୍ରଥମ ପ୍ରୟାସରେ ଫାଇନାଲ ରାଉଣ୍ଡର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ପରବର୍ତ୍ତୀ ପ୍ରୟାସରେ ଏହାଠାରୁ ଭଲ ପ୍ରଦର୍ଶନ କରିବାରେ ଫେଲ୍ ମାରିଥିଲେ ଶ୍ରୀଶଙ୍କର ।
World Athletics Championships 2022: ଲଙ୍ଗ୍ ଜମ୍ପ୍ ଇଭେଣ୍ଟରେ ଭାରତର ପଦକ ଆଶା ଧୂଳିଶାତ
ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ (World Athletics Championships 2022)ର ମ୍ୟାଚରେ ଭାରତର ମୁରଲୀ ଶ୍ରୀଶଙ୍କର ଲଙ୍ଗ୍ ଜମ୍ପ୍ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି । ଏହି ଇଭେଣ୍ଟର ଭାରତର ପଦକ ଆଶା ଧୂଳିଶାତ୍ । ଅଧିକ ପଢନ୍ତୁ
ଆଜି(ରବିବାର) ଫାଇନାଲ ମ୍ୟାଚରେ ଚୀନ୍ର ଆଥଲେଟିକ ଜିୟାନ ୱାଙ୍ଗ ସର୍ବଶ୍ରେଷ୍ଠ 8.36 ମିଟର ଲଙ୍ଗ୍ ଜମ୍ପ୍ ମାରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଗ୍ରୀସ୍ର ମିଲ୍ଟି ୟାଡିସ ଟେଣ୍ଟୋଗ୍ଲୁ 8.32 ମିଟର ଲଙ୍ଗ୍ ଜମ୍ପ୍ ମାରି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ସ୍ବିଜରଲ୍ୟାଣ୍ଡର ସିମନ ଏହମ୍ମର 8.16 ମିଟର ଲଙ୍ଗ ଜମ୍ପ ମାରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଛନ୍ତି ।
ମୁରଲୀ ଶ୍ରୀଶଙ୍କର ଫାଇନାଲ ରାଉଣ୍ଡ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଥମ ଭାରତୀୟ ଭାବରେ 8 ମିଟର ଲଙ୍ଗ୍ଜମ୍ପ୍ ମାରି ଶ୍ରେଷ୍ଠ 12 ଆଥ୍ଲେଟଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଅଞ୍ଜୁ ବୋବି ଜର୍ଜ ବିଶ୍ବ ଚମ୍ପିଆନସିପରେ ଲମ୍ବ ଡିଆଁରେ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଥିଲେ । ଏହା ସହିତ ସେ ପ୍ୟାରିସରେ 2003 ସଂସ୍କରଣରେ ବ୍ରୋଞ୍ଜ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ଥିଲେ । 23 ବର୍ଷୀୟ ମୁରଲୀ ଶ୍ରୀଶଙ୍କର ଏପ୍ରିଲରେ ଖେଳାଯାଇଥିବା ଫେଡେରେସନ ବିଶ୍ବକପରେ 8.36 ମିଟର ଲମ୍ବଡିଆଁ ମାରିଥିଲେ । ଏହା ସହିତ ଗ୍ରୀସ୍ ଏବଂ ଜାତୀୟ ଆନ୍ତଃରାଜ୍ୟ ଚମ୍ପିଆନସିପରେ କ୍ରମଶଃ 8.31 ମିଟର ଏବଂ 8.23 ମିଟର ଲମ୍ବଡିଆଁ ମାରିଥିଲେ ।