ମୁମ୍ବାଇ: ଶୁକ୍ରବାର ଚଳିତ ଆଇପିଏଲରେ ଚତୁର୍ଥ ଥର ପାଇଁ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଚେନ୍ନାଇ ସୁପରକିଙ୍ଗସ୍ । ଏହି ଖୁସି ସହିତ ଆଉ ଏକ ଖୁସି ଖବର ଆସିଛି । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ଜଡିତ ଏହି ଖୁସି ଖବର । ଧୋନି ପୁଣିଥରେ ବାପା ହେବାକୁ ଯାଉଥିବା ସୂଚନା ମିଳିଛି ।
ବର୍ତ୍ତମାନ ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ୪ ମାସର ଗର୍ଭବତୀ ଅଛନ୍ତି । ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି । ସାକ୍ଷୀ ଗର୍ଭବତୀ ଥିବା ଖବର ଧୋନିଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ନିଶ୍ଚିତ କରିଛନ୍ତି । ପୂର୍ବରୁ ଉଭୟଙ୍କର ୬ବର୍ଷର କନ୍ୟା ସନ୍ତାନ ଜିଭା ରହିଛନ୍ତି । ଚେନ୍ନାଇ ଆଇପିଏଲ ଟ୍ରଫି ଜିତିବା ପରେ ଜିଭା ଓ ସାକ୍ଷୀ ପଡ଼ିଆ ମଧ୍ୟରେ ଧୋନିଙ୍କ ସହ ସାମିଲ ହୋଇଥିଲେ । ଚେନ୍ନାଇର ବିଜୟରେ ସାକ୍ଷୀ ଖୁସିରେ କାନ୍ଦିବା ଦେଖିବାକୁ ମିଳିଥିଲା । ତେବେ ସାକ୍ଷୀଙ୍କୁ ନେଇ ବର୍ତ୍ତମାନ ଏହି ବଡ଼ ଖବର ଆସିଛି । ପଡିଆରେ ଧୋନୀଙ୍କ ସହ ଫଟୋ ଉଠାଉଥିବାବେଳେ ସେ ଗର୍ଭବତୀ ଥିବା ଜଣାପଡିଥିଲା ।