ଓଡିଶା

odisha

ETV Bharat / sports

କଳାହାଣ୍ଡିରେ କ୍ରୀଡ଼ା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

କଳାହାଣ୍ଡି ଗସ୍ତ କରି କ୍ରୀଡା ଛାତ୍ରାବାସ ପରିଦର୍ଶନ ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...

By

Published : Nov 9, 2021, 7:20 AM IST

କଳାହାଣ୍ଡି କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
କଳାହାଣ୍ଡି କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଛନ୍ତି । କ୍ରୀଡ଼ା ଭିତ୍ତିଭୂମି ଏବଂ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଗତକାଲି(ସୋମବାର) ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ବୁଲି ଦେଖିବା ସହ ସ୍ଥିତି ବିଷୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

କଳାହାଣ୍ଡିରେ କ୍ରୀଡ଼ା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ସେହିପରି ଜିଲ୍ଲାର ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର ତୁରନ୍ତ ପରିସମାପ୍ତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରିଶେଷରେ ମନ୍ତ୍ରୀ ଛାତ୍ରାବାସର ଅନ୍ତେବାସୀଙ୍କୁ ଭେଟି ସେଠାକାର ସୁବିଧା, ଅସୁବିଧା, ଖାଦ୍ୟପେୟ, ତାଲିମ, କ୍ରୀଡ଼ା ସରଞ୍ଜାମ ଏବଂ କ୍ରୀଡ଼ା ଭିତ୍ତିଭୂମି ନେଇ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଭଲପାଇବା ଯୋଗୁଁ ଆଜି ଆମ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି । ଏଣୁ ମୁଖ୍ୟମନ୍ତ୍ରୀଙ୍କ ତଥା ରାଜ୍ୟର ସମ୍ମାନ ରକ୍ଷା ପାଇଁ ଆମକୁ ଭଲ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଅନ୍ତେବାସୀମାନଙ୍କୁ କହିଛନ୍ତି । ଅନ୍ତେବାସୀମାନେ ମଧ୍ୟ କ୍ରୀଡ଼ା ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details