ଚଣ୍ଡିଗଡ:ଭାରତୀୟ ଟ୍ରାକ୍ ଓ ଫିଲ୍ଡ କିମ୍ବଦନ୍ତୀ ମିଲଖା ସିଂହଙ୍କୁ ନେଇ ଆଶ୍ବସ୍ଥିକର ଖବର । ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଥିବା ଇଟିଭି ଭାରତକୁ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।
କିମ୍ବଦନ୍ତୀ ଧାବକଙ୍କ ଶରୀରର ଅକ୍ସିଜେନ ମାତ୍ରା କମ୍ ହେବାରୁ ଗୁରୁବାର PGIMER ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଡାକ୍ତରୀଟିମଙ୍କ ନୀରିକ୍ଷଣରେ ରଖାଯାଇଥିଲା ।
"ଫ୍ଲାଇଂ ଶିଖ୍ ଶ୍ରୀ ମିଲଖା ସିଂହ ଜି, କୋଭିଡ-19ରେ ସଂକ୍ରମିତ ହେବାପରେ ଅସୁସ୍ଥ ହୋଇଥିଲେ ଓ 3 ଜୁନ 2021 ଠାରୁ PGIMERର NHE ବ୍ଲକର ଆଇସିୟୁରେ ଭର୍ତ୍ତି ହୋଇଥିଲେ । 5 ଜୁନ 2021 ସୁଦ୍ଧା ତାଙ୍କର ସ୍ବାସ୍ଥ୍ୟବସ୍ଥା ଗତକାଲି ଠାରୁ ଭଲ ରହିଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ PGIMERର ତିନିଜଣିଆ ଡାକ୍ତରୀ ଟିମ ତୀକ୍ଷ୍ଣ ନଜର ରଖିଛନ୍ତି ।" PGIMERର ମୁଖପାତ୍ର ପ୍ରଫେସର ଅଶୋକ କୁମାର ଏହା କହିଛନ୍ତି ।
ପୂର୍ବତନ ଭାରତୀୟ ଧାବକ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା PGIMER ନିର୍ଦ୍ଦେଶକ ଡକ୍ଟର ଜଗତ ରାମ ମଧ୍ୟ କହିଛନ୍ତି ।