ହାଇଦ୍ରାବାଦ: "ସେ ବିନା କୌଣସି ଅନୁମତିରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅଫିସକୁ ଚାଲିଯାଉଥିଲେ," ଲେଖକ ବିଜୟ ଲୋକପଲ୍ଲୀ ମିଲଖା ସିଂହଙ୍କୁ ମନେପକାଇ ଇଟିଭି ଭାରତକୁ ଏହା କହିଛନ୍ତି । ସେ କହିଛନ୍ତି, "ମିଲଖା ସିଂହ ବାସ୍ତବିକ ଜଣେ କିମ୍ବଦନ୍ତୀ ଥିଲେ । ସେ ବିନା କୌଣସି ଅନୁମତି ପତ୍ରରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅଫିସ ଚାଲିଯାଉଥିଲେ । କେତେ ଚମତ୍କାର ବ୍ୟକ୍ତିତ୍ବ ଥିଲେ ସତେ । ଭାରତ ପାଇଁ ସେ କୌଣସି ଖଣିଠାରୁ କମ ନଥିଲେ । 1960 ଅଲମ୍ପିକରେ ଦୌଡିବା ସହ ମିଲଖା ଭାରତକୁ ବିଶ୍ବ ଆଥଲେଟିକ୍ସର ମାନଚିତ୍ରରେ ଏକ ମହତ୍ତପୂର୍ଣ୍ଣ ପରିଚୟ ପ୍ରଦାନ କରିଥିଲେ ।
18 ଜୁନ 2021ରୁ ଗୋଟିଏ ମାସ କୋରୋନା ସହ ଲଢେଇ କରିବା ପରେ ଭାରତର ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହଙ୍କ 91 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହାପରେ ପୁରାଦେଶରେ ଶୋକର ଛାୟା ଖେଳିଯାଇଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନେଇ ଦେଶର ଜନତାଙ୍କ ପର୍ଯ୍ୟନ୍ତ ଫ୍ଲାଇଂ ଶିଖ୍ଙ୍କୁ ସମସ୍ତେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଲେଖକ ବିଜୟ ଲୋକପଲ୍ଲୀ, ମିଲଖା ସିଂହଙ୍କୁ ସ୍ମୃତିରେ କହିଛନ୍ତି," ତାଙ୍କ ସହ ବାର୍ତ୍ତାଳାପ କରିବାର ସୌଭାଗ୍ୟ ମିଳିଲେ ଜୀବନବ୍ୟାପୀ ଶିକ୍ଷା ମିଳିଯାଉଥିଲା ଓ ତାଙ୍କର ସରଳ ଜୀବନ ଜିଇଁବାର ତରିକା ବେଶ ପସନ୍ଦ ଥିଲା । ମିଲଖା ଜଣେ ଖେଳାଳି ରୂପରେ ନିଜର ଅଦଭୁତ ଯାତ୍ରା ମାଧ୍ୟମରେ ଯୁବକଙ୍କ ପାଇଁ ଏକ ପ୍ରତିମାନ ସ୍ଥାପିତ କରିଛନ୍ତି । ସେ ଖେଳ ସହିତ ନିଜର ପ୍ରତି ଭଲପାଇବାକୁ ବଳବତ୍ତର ରଖିଥିଲେ । ମିଲଖାଙ୍କ ଅଦଭୁତ କାହାଣୀ କୁହାଯିବା ସମୟରେ ସର୍ବଦା ତାଙ୍କୁ ସ୍ମରଣ କରାଯିବ । ଏକମାତ୍ର ଫ୍ଲାଇଂ ଶିଖ୍ଙ୍କ ଆତ୍ମାକୁ ଶାନ୍ତି ମିଳୁ ।"