ଚଣ୍ଡିଗଡ: ପଞ୍ଚଭୂତରେ ବିଲୀନ ହେଲେ ଫ୍ଲାଇଁ ଶିଖ୍ ମିଲଖା ସିଂହ । ରାଜକୀୟ ସମ୍ମାନର ସହ ଚଣ୍ଡିଗଡରେ ମିଲଖା ସିଂହଙ୍କ ଅନ୍ତିମ ସଂସ୍କାର ହୋଇଛି । ଦେଶକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଦେଇଥିବା ପ୍ରଖ୍ୟାତ ଧାବକ ମିଲଖା ସିଂହ ଶୁକ୍ରବାର ଚଣ୍ଡିଗଡର PGI ହସ୍ପିଟାଲରେ ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ପଞ୍ଚଭୁତରେ ବିଲୀନ ପଦ୍ମଶ୍ରୀ ମିଲଖା ସିଂହ ମିଲଖାଙ୍କ ଅନ୍ତିମ ସଂସ୍କାର ଚଣ୍ଡିଗଡର ସେକ୍ଟର-25 ସ୍ଥିତ ଶ୍ମଶାନ ଘାଟରେ କରାଯାଇଛି ।
ପଦ୍ମଶ୍ରୀ ମିଲଖା ସିଂହଙ୍କୁ ମୃତ୍ୟୁ ବେଳକୁ 91 ବର୍ଷ ବୟସ ହୋଇଥିଲା । ଏହାପୂର୍ବରୁ ମିଲଖାଙ୍କ ପତ୍ନୀ ତଥା ଭାରତୀୟ ଭଲିବଲ ଟିମର ପୂର୍ବତନ କ୍ୟାପଟେନ ନିର୍ମଳ କୌର ମଧ୍ୟ କୋରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ ।
ତାଙ୍କର ପରିବାରରେ ଅନ୍ତର୍ଜାତୀୟ ଗଲଫ ଖେଳାଳି ପୁଅ ଜୀବ ମିଲଖା ସିଂହ ଓ ତିନି ଝିଅ ରହିଛନ୍ତି । ମିଲଖା ସିଂହଙ୍କ ନିଧନ ପରେ ସମଗ୍ର ଦେଶରେ ଶୋକର ଲହର ଖେଳିଯାଇଛି । ସମସ୍ତେ ନିଜ ନିଜ ସ୍ତରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇବାରେ ଲାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ