ଚଣ୍ଡିଗଡ: କିମ୍ବଦନ୍ତୀ ଭାରତୀୟ ଧାବକ ମିଲଖା ସିଂହ ରବିବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କିଛି ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଓ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।
91 ବର୍ଷୀୟ ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ପରିବାରର ଅନୁରୋଧ କ୍ରମେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ମୋହାଲିର ଫୋର୍ଟିସ ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ 82 ବର୍ଷିୟା ମିଲଖାଙ୍କ ପତ୍ନୀ ନିର୍ମଲ କୌର ଶନିବାର ଅକ୍ସିଜେନ ଆବଶ୍ୟକତା ପଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଗତ ସୋମବାର ମିଲଖା ସିଂହ ଓ ବୁଧବାର ତାଙ୍କ ପତ୍ନୀ କୋରୋନା ପଜିଟିଭ ଚିହ୍ନଟ ହେବାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।