ନୂଆଦିଲ୍ଲୀ: ବିଶ୍ବ କୁସ୍ତି ଚମ୍ପିଆନସିପ ପଦକ ବିଜେତାଙ୍କୁ ଭେଟିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରନ ରିଜ୍ଜୁ । ଏଥିସହିତ ପୁରସ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି । ନୁର-ସୁଲତାନ କାଜାଖାସ୍ତାନରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।
ବିଶ୍ବ କୁସ୍ତି ଚମ୍ପିଆନସିପ ପଦକ ବିଜେତାଙ୍କୁ ପୁରସ୍କାର
ବିଶ୍ବ କୁସ୍ତି ଚମ୍ପିଆନସିପ ପଦକ ବିଜେତାଙ୍କୁ ପୁରସ୍କୃତ କରିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରନ ରିଜ୍ଜୁ ।
ଗୋଟିଏ ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ସହ ମୋଟ 5ଟି ପଦକ ହାସଲ କରିଛି ଭାରତ । ଭାରତୀୟ କୁସ୍ତିଯୋଦ୍ଧା 2013 ବିଶ୍ବଚମ୍ପିଆନର ପ୍ରଦର୍ଶନକୁ ପଛରେ ପକାଇ ଚଳିତଥର ନୂଆ ସଫଳତା ପାଇଛନ୍ତି । 2013ରେ ଗୋଟିଏ ରୌପ୍ୟ ଓ 2ଟି ବ୍ରୋଞ୍ଜ ପଦକ ଭାରତ ନାମରେ ହୋଇଥିଲା ।
ଦିପକ ପୁନିଆ 86 କିଲୋଗ୍ରାମ ବର୍ଗରେ ରୌପ୍ୟାପଦକ ଜିତିଛନ୍ତି । ସେଥିପାଇଁ ତାଙ୍କୁ 7ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ, ରାହୁଲ ଆୱାରେ ଓ ରବି ଦହିୟାଙ୍କୁ 4ଲକ୍ଷ ଲେଖାଏଁ ପୁରସ୍କାର ରାଶି ଚେକ ଆକାରରେ ପ୍ରଦାନ କରାଯାଇଛି । ଦୀପକ, ବଜରଙ୍ଗ, ଭିନେଶ ଓ ରବି ଦହିୟା ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।