ଓଡିଶା

odisha

ETV Bharat / sports

ବ୍ରହ୍ମପୁରରେ କରାଟେ ଚାମ୍ପିଆନସିପ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା - Berhampur karate players felicitated news

କରାଟେ ଚମ୍ପିଆନସିପରେ ପଦକ ବିଜେତା କ୍ରୀଡାବିତଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା । ଝାରସୁଗୁଡାରେ ଖେଳାଯାଇଥିବା ଦ୍ବିତୀୟ ପୂର୍ବାଞ୍ଚଳ ପିନକାକ୍ ସିଲେଟ୍ କରାଟେ ଚମ୍ପିଆନସିପରେ ବ୍ରହ୍ମପୁରର ପାଞ୍ଚ ଜଣ ଖେଳାଳି ପଦକ ବିଜେତା ହୋଇଛନ୍ତି । ଅଧିକ ପଢନ୍ତୁ...

karate players felicitated
କରାଟେ ଚାମ୍ପିଆନସିପ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

By

Published : Jan 14, 2020, 11:50 AM IST

ବ୍ରହ୍ମପୁର: କରାଟେ ଚମ୍ପିଆନସିପରେ ପଦକ ବିଜେତା କ୍ରୀଡାବିତଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା। ଝାରସୁଗୁଡାରେ ଆୟୋଜିତ ହୋଇଥିଲା ଦ୍ବିତୀୟ ପୂର୍ବାଞ୍ଚଳ ଜୋନାଲ କରାଟେ ଚମ୍ପିଆନସିପ। ଏହି ପ୍ରତିଯୋଗୀତାରେ ୭ଟି ରାଜ୍ୟରୁ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ରେଶମ ସହର ବ୍ରହ୍ମପୁରର 5 ଜଣ ଖେଳାଳି ପଦକ ବିଜେତା ହୋଇଛନ୍ତି। ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ ପୁଷ୍ପଗୁଚ୍ଛ ସହ ସମସ୍ତ କ୍ରୀଡାବିତଙ୍କୁ ସମର୍ଦ୍ଧିତ କରାଯାଇଛି।

ବାସୁଦେବନଗର ମା ସରସ୍ବତୀ ଶିଶୁ ମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ର ରୁଦ୍ର ପ୍ରସାଦ ନନ୍ଦ ସ୍ବର୍ଣ୍ଣ ପଦତ ଜିତିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନ ବଳରେ ପଦକ ହାସଲ କରି ସହର ପାଇଁ ଗୌରବ ଆଣିଛନ୍ତି ରୁଦ୍ର ପ୍ରସାଦ। ଏହାସହିତ ଷଷ୍ଠ ଶ୍ରେଣୀର ବିଥଲ ମିଶ୍ର, ନବମ ଶ୍ରେଣୀର ସୁରଜ ମହାରାଣା, ସପ୍ତମ ଶ୍ରେଣୀର ସୂର୍ଯ୍ୟାଂଶୁ ଦଳବେହେରା ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ଶ୍ରୁତିକା ଦାଶ ବ୍ରୋଞ୍ଜ ପଦକ ପାଇଛନ୍ତି। ବ୍ରହ୍ମପୁର ଗୋଟିଏ ସ୍ବର୍ଣ୍ଣପଦକ ଓ ଚାରୋଟି ବ୍ରୋଞ୍ଜ ପଦକ ସହ ମୋଟ 5ଟି ପଦକ ହାସଲ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

କରାଟେ କୋଚ୍ ବିପିନ ନାୟକ ଓ ସନାତନ ନାୟକଙ୍କ ଖେଳାଳିଙ୍କ ପ୍ରଦର୍ଶନରେ ଖୁସିବ୍ୟକ୍ତ କରିଛନ୍ତି । ଆଗକୁ ଝାଡଖଣ୍ଡରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗୀତାରେ ଏହି ଖେଳାଳି ଅଂଶ ଗ୍ରହଣ କରିବେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details