ହାଙ୍ଗଜୋ: 2022 ମସିହାରେ ଅକ୍ଟୋବର 9ରୁ ଏଠାରେ ଆୟୋଜିତ ହେବାକୁ ଥିବା 4ର୍ଥ ଏସୀୟ ପାରା ଗେମ୍ସ ପାଇଁ ଗୁରୁବାର ଉନ୍ମୋଚିତ ହୋଇଯାଇଛି ମାସ୍କଟ । ଲିଆଙ୍ଗଜୁ ସଂସ୍କୃତିରୁ ଅନୁପ୍ରାଣିତ ହୋଇ ‘ଫିଫାଇ’ ନାମକ ଏକ ପକ୍ଷୀକୁ ମାସ୍କଟ ଭାବେ ଗ୍ରହଣ କରଯାଇଛି ।
2022 ଏସିଆନ୍ ପାରା ଗେମ୍ସ ପାଇଁ ମାସ୍କଟ୍ ଉନ୍ମୋଚିତ - 2022 Asian Para Games
2022 ମସିହାରେ ଅକ୍ଟୋବର 9ରୁ ଏଠାରେ ଆୟୋଜିତ ହେବାକୁ ଥିବା 4ର୍ଥ ଏସୀୟ ପାରା ଗେମ୍ସ ପାଇଁ ଗୁରୁବାର ଉନ୍ମୋଚିତ ହୋଇଯାଇଛି ମାସ୍କଟ ।
2022 ଏସିଆନ୍ ପାରା ଗେମ୍ସ ପାଇଁ ମାସ୍କଟ୍ ଉନ୍ମୋଚିତ
ତେବେ ଏହି ଉନ୍ନମୋଚନ ଉତ୍ସବରେ ଏସିଆର ପାରାଲିମ୍ପିକ୍ କମିଟିର ସଭାପତି ମାଜିଦ୍ ରାଶେଦ୍ କହିଛନ୍ତି, “ଆମେ ବହୁତ ଖୁସି ଯେ ପ୍ରତିଯୋଗିତାର ବହୁତ ଦିନ ପୂର୍ବରୁ ମାସ୍କଟ ଉନ୍ନମୋଚନ ହୋଇଛି । ଏହା କ୍ରୀଡା ପ୍ରେମୀ ତଥା ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସହ ଭରି ଦେବ । ସୂଚନଥାଉ କି, 4ର୍ଥ ଏସୀୟ ପାରା ଗେମ୍ସ ଅକ୍ଟୋବର 9-15, 2022 ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଥିରେ ଟାଏକୋଣ୍ଡୋ ଏବଂ ପାରା-କାନୋ ସହିତ 22 ଟି କ୍ରୀଡା ପ୍ରଦର୍ଶିତ ହେବ । ତେବେ ଏହି ପ୍ରତିଯୋଗିତା ଆଗାମୀ ସଂସ୍କରଣରେ ଡେବ୍ୟୁ କରୁବାକୁ ଯାଉଛି ।